ବଲାଙ୍ଗିରରେ କେନ୍ଦ୍ର ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି | ଓଡ଼ିଶାର 10ଟି ଜିଲ୍ଲାକୁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ଉପଯୋଗ ସମୀକ୍ଷା ପାଇଁ ବଲାଙ୍ଗିରରେ ପହଂଚିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ୱାଧୀ ନିରଞ୍ଜନ | ଆଜି ‘ଡିଆରଡିଏ’ ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ଏହି ଅବସରରେ ସେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ |
ଏଥିସହ କେନ୍ଦ୍ର ମନ୍ତ୍ରୀ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ କରିଥିଲେ ଆଲୋଚନା । ଏହି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।