ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ୪ ନମ୍ବର ଜୋନ୍ ଗରାମ ପଞ୍ଚାୟତରେ ସମିତ ସଭ୍ଯ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ପକ୍ଷରୁ ଉମେଶ ଚନ୍ଦ୍ର ବାରିକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ଭିତରେ ଦଳର ବରିଷ୍ଠ ଓ ବୟସ୍କ ବ୍ୟକ୍ତିମାନଙ୍କଠାରୁ ଆଶୀର୍ବାଦ ନେଇ ନିଜ ସମର୍ଥିତ କର୍ମୀମାନଙ୍କ ସହିତ ନିଜ ବାସଭବନ ଅଲଣାରୁ ବାହାରି ତିର୍ତ୍ତୋଲ ବ୍ଲକ ପରିସରରକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମିତ ସଭ୍ଯ ପ୍ରାର୍ଥୀ ଭାବେ ଉମେଶ ବାରିକ ତାଙ୍କର ପ୍ରସ୍ତାବକ ନିରଞ୍ଜନ କୁଅଁର ଓ ସମର୍ଥକ ଭାବେ ବସନ୍ତ ପଲାଇଙ୍କୁ ନେଇ ବ୍ଲକ ପରିସରରେ ସମସ୍ତ କୋଭିଡ ନିୟମ ପାଳନ କରି ନାମାଙ୍କନ ପତ୍ର ଦାଖଲ କରିଥିଲେ | ଶ୍ରୀ ବାରିକ ବିଗତ ଦିନରେ ତିର୍ତ୍ତୋଲ ବ୍ଲକର ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରୂପେ କାର୍ଯ୍ୟ କରିଆସୁଥିବା ବେଳେ ଗତ ୧୫ ବର୍ଷରୁ ଉର୍ଦ୍ଧ ହେବ ତିର୍ତ୍ତୋଲବାସୀଙ୍କ ଦୁଃଖସୁଖରେ ଛିଡ଼ା ହୋଇ ଆସିଛନ୍ତି। ବିଜେଡିରୁ ଶ୍ରୀ ବାରିକଙ୍କ ନାମାଙ୍କନପତ୍ର ଦାଖଲକୁ ନେଇ ଅନ୍ୟ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ହଟଚମକ ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଶ୍ରୀ ବାରିକ କହିଛନ୍ତି ଲୋକମାନଙ୍କର ଆଶା ଓ ବିଶ୍ବାସ ମୋ ଉପରେ ରହିଛି , ତେଣୁ ମୋତେ ଲୋକମାନେ ନିଶ୍ଚୟ ଗ୍ରହଣ କରିବେ।