ପୌର ପରିଷଦ ନିର୍ବାଚନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା | ସହରାଞ୍ଚଳ ରାଜନୀତି ସରଗରମ ହେବାରେ ଲାଗିଛି | ପଞ୍ଚାୟତ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ଯେପରି ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲା ଏବେ ପୌର ପରିଷଦ ନିର୍ବାଚନରେ ସଫଳତା ପାଇଁ ନିଜର ଅଙ୍କକସା ଆରମ୍ଭ କରିଦେଇଛି I ପୌର ପରିଷଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର |
ଜଟଣୀରେ ମୋଟ ୨୩ ଟି ୱାର୍ଡ ଥିବା ବେଳେ ସମସ୍ତ ୱାର୍ଡକୁ ନିଜ ଦଖଲକୁ ନେବା ପାଇଁ ଜୋରଦାର୍ ଉଦ୍ୟମ ଚଲାଇଛି ବିଜେଡି | ଜଟଣୀ ପୌରପରିଷଦ ନିର୍ବାଚନ ପାଇଁ ଚେୟାରମ୍ଯାନ ଏବଂ କାଉନ୍ସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ | ଚେୟାରମ୍ଯାନ ପ୍ରାର୍ଥୀ ଭାବେ ଅନନ୍ତ ବେହେରାଙ୍କ ନାମ ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି I ସେହିଭଳି ୨୩ ଟି ୱାର୍ଡରେ ବିଜେଡି ତରଫରୁ ଟିକେଟ୍ ପାଇଥିବା କାଉନ୍ସିଲରଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି |