ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଆଜି ସକାଳ ୮ ଟାରୁ ଚାଲିଛି ଭୋଟ ଗଣତି | ତେବେ କେନ୍ଦ୍ରାପଡା କେନ୍ଦ୍ରାପଡା ପୌରାଞ୍ଚଳର ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥିନୀ ସରିତା ସାହୁ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।ମ୍ୟୁନିସିପାଲିଟିରେ ମୋଟ ୨୧ ଟି ୱାର୍ଡ ମଧ୍ୟରୁ ୧୧ଟିରେ ବିଜେଡି, ୫ଟିରେ କଂଗ୍ରେସ, ମାତ୍ର ଗୋଟିଏରେ ବିଜେପି ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୪ଟି ଓ୍ବାର୍ଡ ଦଖଲ କରିନେଇଛନ୍ତି । ଏହି ସ୍ବାଧୀନ ପ୍ରାର୍ଥିମାନେ ନିକଟରେ ବିଜେଡିରୁ ବହିସ୍କୃତ ହୋଇଥିଲେ ।
ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥିନୀ ସରିତାଙ୍କୁ ୧୮ହଜାର ୫୮୯ ଖଣ୍ଡ ଭୋଟ୍ ମିଳିଛି । ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ମିନାକ୍ଷୀ ଦାଶ ୪୫୧୯ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ବାରିକ ୪୧୭୧ ଖଣ୍ଡ ଭୋଟ୍ ପାଇଛନ୍ତି । ୧୪,୦୭୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ସରିତା ସାହୁ ବିଜୟୀ ଘୋଷିତ ହୋଇଛନ୍ତି । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ୧ ନଂ ୱାର୍ଡରେ ବିଜେଡିର ପୁଷ୍ପାଲତା ବେହେରା, ୱାର୍ଡ ୨ରେ ସ୍ୱାଧୀନ ପ୍ରାର୍ଥୀ କାଳୀ ପ୍ରସାଦ ମିଶ୍ର, ୱାର୍ଡ ୩ରେ କଂଗ୍ରେସର ତୁଳସୀ ହେମ୍ବ୍ରମ, ୱାର୍ଡ ୪ରେ ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ , ୱାର୍ଡ ୫ରେ ବିଜେଡିର ନିରାକାର ସ୍ୱାଇଁ , ୱାର୍ଡ ୬ରେ ବିଜେଡିର ପ୍ରଦୀପ ଜେନା, ୱାର୍ଡ ୭ରେ କଂଗ୍ରେସର ଜୟନ୍ତୀ ପାଣି, ୱାର୍ଡ ୮ରେ ବିଜେଡିର ସ୍ମୃତିପ୍ରଜ୍ଞା ଶତପଥୀ, ୱାର୍ଡ ୯ରେ ବିଜେଡିର ଅଭୟ ବେହେରା, ୱାର୍ଡ ୧୦ରେ ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ବିଜୟୀ ହୋଇଛନ୍ତି | ସେହିପରି ୱାର୍ଡ ୧୧ରେ ବିଜେଡିର ପୁଷ୍ପାଞ୍ଜଳି ବସ୍ତିଆ, ୱାର୍ଡ ୧୨ରେ କଂଗ୍ରେସର ରିହାନା ଖାତୁନ, ୱାର୍ଡ ୧୩ରେ ସ୍ୱାଧୀନ ପ୍ରାର୍ଥୀ ଏସକେ ଆସଲମ, ୱାର୍ଡ ୧୪ରେ ବିଜେଡିର ଆକବରୀ ଖାତୁନ, ୱାର୍ଡ ୧୫ରେ ବିଜେଡିର ହବିବା ବେଗମ, ୱାର୍ଡ ୧୬ରେ କଂଗ୍ରେସର ଫରଜାନା ଖାତୁନ, ୱାର୍ଡ ୧୭ରେ ବିଜେଡିର ଉମେଶ ଚନ୍ଦ୍ର ନାୟକ, ୱାର୍ଡ ୧୮ରେ ବିଜେଡିର ଚୌଧୁରୀ ସୁକୁମାର ଦାସ, ୱାର୍ଡ ୧୯ରେ କଂଗ୍ରେସର ରମେଶ ଦାସ , ୱାର୍ଡ ୨୦ରେ ବିଜେପିର ଅସୀମା ନାୟକ ଏବଂ ୱାର୍ଡ ୨୧ରେ ବିଜେଡିର ପ୍ରଭାଶିଷ ପଣ୍ଡା ବିଜୟୀ ହୋଇଛନ୍ତି |