ଯୁଦ୍ଧର ଆଜି ଦ୍ୱିତୀୟ ଦିନ | ଋଷ ଆକ୍ରମଣ ପରେ ଛାରଖାର ହୋଇଯାଇଛି ୟୁକ୍ରେନ | ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଆତଙ୍କ ସୃଷ୍ଟି ହୋଇଛି । ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି ଋଷର ସୈନ୍ୟବାହିନୀ କିବକୁ ଚାରିଆଡୁ ଘୃବାକୁ ଯୋଜନା କରୁଛନ୍ତି | କିବର ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଋଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ହୋଇପଡ଼ିଛନ୍ତି ଅସହାୟ । ଭାବବିହ୍ୱଳ ହୋଇ କହିଛନ୍ତି ଆମକୁ ଏକା ଲଢିବାକୁ ଛାଡି ଦିଆଯାଇଛି । ଋଷକୁ ସମସ୍ତେ ଡରୁଛନ୍ତି, କୌଣସି ଦେଶ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି | ନିଜକୁ ସୁରକ୍ଷିତ ରଖିବା ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି ଜଲେନସ୍କି ।
ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ୟୁକ୍ରେନକୁ ସାହାଯ୍ୟ କରିବା ପରିବର୍ତେ ହାତ ଟେକି ଦେଇଛନ୍ତି। ସେ କହିଛନ୍ତି ଯେ, ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣ ପ୍ରାଣ ହରାଇଛନ୍ତି | ୩୧୬ ଜଣ ଆହତ ହୋଇଛନ୍ତି | ଏଥିରେ ସାଧାରଣ ଲୋକଙ୍କ ସହିତ ୟୁକ୍ରେନ ସୈନିକ ମଧ୍ୟ ଅନ୍ତର୍ଭୁକ୍ତ |