ସହିଦ ହୋଇଗଲେ କିଭ ଭୁତ | ଆଖିବୁଜିଲେ ୟୁକ୍ରେନର କିଭ ଘୋଷ୍ଟ ପାଇଲଟ । ୪୦ରୁ ଅଧିକ ଶତ୍ରୁ ବିମାନକୁ ମାତ୍ ଦେଇଥିବା ପାଇଲଟ ମେଜର ଷ୍ଟିଫେନ୍ ତାରାବଲକା ସହିଦ ହୋଇଯାଇଛନ୍ତି । ଋଷ ସେନାର ଗୁଳିମାଡରେ ସହିଦ ହୋଇଛନ୍ତି ଅଦମ୍ୟ ସାହାସର ପରିଚୟ ଦେଇଥିବା ୨୯ ବର୍ଷିୟ ବୟସ୍କ ମେଜର ଷ୍ଟୋପାନ ତାରାବଲକା|
ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ୟୁକ୍ରେନର କିଭ ଆକାଶରେ ବୁଲୁଥିଲା ଏକ ଅଜଣା ଫାଇଟର ଜେଟ୍। ଋଷ ସେନା ଉପରେ କରୁଥିଲା ଆଖିବୁଜା ଆକ୍ରମଣ । ଧ୍ୱଂସ କରୁଥିଲା ଗୋଟେ ପରେ ଗୋଟେ ଋଷ ଯୁଦ୍ଧ ବିମାନ । ହେଲେ ଏହି ବିମାନ କେଉଁଠୁ ଆସିଲା, ଏହାକୁ କିଏ ଚଳାଉଥିଲା ତାହା କୌଣସି ୟୁକ୍ରେନ ବାସୀଙ୍କୁ ଜଣାନଥିଲା। ତେଣୁ ଏଠିକାର ଲୋକେ ଏହି ବିମାନକୁ ‘ଘୋଷ୍ଟ କ୍ରାଫ୍ଟ’ ଓ ଏହି ବିମାନ ଚାଳକଙ୍କୁ ‘ଘୋଷ୍ଟ ପାଇଲଟ୍’ ବୋଲି କହୁଥିଲେ।
ୟୁକ୍ରେନର ଗଣମାଧ୍ୟମ ରିପୋର୍ଟ ମୁତାବକ, ମାର୍ଚ୍ଚ ୧୩ ତାରିଖରେ ମିଗ୍-୨୯ ଯୁଦ୍ଧ ବିମାନକୁ ଆକାଶରେ ଉଡାଉଥିବା ବେଳେ ରୁଷ ସେନାର ଗୁଳିମାଡରେ ସହିଦ ହୋଇଛନ୍ତି ଷ୍ଟୋପାନ ତାରାବଲକା। ଏନେଇ ୟୁକ୍ରେନ ସରକାରୀ ଟ୍ୱିଟରରେ ମଧ୍ୟ ଟ୍ୱିଟ୍ କରାଯାଇଛି । ଯୁଦ୍ଧରେ ସାହସିକତା ପାଇଁ ମେଜର ତାରାବଲକାଙ୍କୁ ମରଣୋତ୍ତର ଭାବେ ୟୁକ୍ରେନର ଶୀର୍ଷ ପଦକ, ‘ଅର୍ଡର ଅଫ୍ ଦ ଗୋଲ୍ଡେନ୍ ଷ୍ଟାର’ଆଖ୍ୟାା ଦିଆଯାଇଛି ।