ମୁ ଦେଶ ଛାଡିକି ଯିବିନି | ମତେ ଗୋଳାବାରୁଦ ଦରକାର | ଦେଶ ଛାଡି ଚାଲିଯିବା ଆମେରିକାର ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୋକଠୋକ ମନା କରିଦେଇଛନ୍ତି | କୌଣସି ପରିସ୍ଥିତିରେ ଦେଶ ଛାଡି ଯିବି ନାହିଁ ବୋଲି କହିଛନ୍ତି ଜେଲେନସ୍କି | ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ଚାଲିଯିବାର ଖବର ଆସିଥିଲା। ଏହା ପରେ ରାଷ୍ଟ୍ରପତି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ଦେଶ ୟୁକ୍ରେନକୁ ଛାଡି କୁଆଡେ ବି ଯିବେ ନାହିଁ | ଭୟଭୀତ ହୋଇ ପଳାୟନ କରିବା ଲୋକଙ୍କ ମଧ୍ୟରେ ମୁ ନୁହେଁ | ଯଦି ମୋତେ କେହି ସାହାଯ୍ୟ କରିବାକୁ ଚାହୁଁଛ, ତେବେ ମୋତେ ଗୋଳାବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଦିଅ | ଋଷର ଆକ୍ରମଣ ପରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ ବଦଳି ଯାଇଛି। ପରିସ୍ଥିତି ଏପରି ହୋଇଛି ଯେ ୟୁକ୍ରେନ ଅନ୍ୟ ଦେଶମାନଙ୍କ ଠୁ ସାହାଯ୍ୟ ଲୋଡିଛି। ସ୍ୱିଡେନ ଏବେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି |ଏହା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସ୍ୱିଡେନକୁ ଧନ୍ୟବାଦ ଜଣାଇଛନ୍ତି।