କାବୁଲରୁ ୟୁକ୍ରେନର ଏକ ବିମାନ ହାଇଜାକ କରାଯାଇଥିବା ପ୍ରକାଶ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ୟେଭଗେନି ୟେନିନ । ଆଫଗାନିସ୍ତାନକୁ ତାଳିବାନ କବଜା କରିବାପରେ ଅନ୍ୟ ଦେଶ ମାନେ ନିଜ ଦେଶର ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେହିପରି ନିଜ ଦେଶର ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ୟୁକ୍ରେନର ଏକ ବିମାନକୁ ଅପହରଣ କରାଯାଇଥିବା ନେଇ ୟୁକ୍ରେନର ମନ୍ତ୍ରୀ ଦାବି କରିଛନ୍ତି । ୟୁକ୍ରେନମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଗତ ସପ୍ତାହରେ ଆଫଗାନିସ୍ତାନରେ ୟୁକ୍ରେନର ବିମାନ ପହଞ୍ଚିବା ପରେ କିଛି ଅଜ୍ଞାତ ସଶସ୍ତ୍ର ଅପହରଣକାରୀମାନେ ବିମାନଟିକୁ ଇରାନକୁ ପଠାଇଥିଲେ ବୋଲି ଋଷର ନ୍ୟୁଜ ଏଜେନ୍ସି TASS ରିପୋର୍ଟ କରିଛି।
ୟୁକେନ୍ରର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ରବିବାର ଦିନ କାବୁଲ ବିମାନବନ୍ଦରରୁ ୟୁକ୍ରେନର ଏକ ବିମାନକୁ ହାଇଜାକ କରାଯାଇଥିଲା । କିଛି ଅଜ୍ଞାତ ଲୋକ ଏହାକୁ ହାଇଜାକ କରିବା ପରେ ବିମାନଟିକୁ ମଙ୍ଗଳବାର ଦିନ ଇରାନ ନିଆ ଯାଇଥିଲା । ଯାହାଦ୍ୱାରା ଆମର ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିନି । ତେବେ ଏନେଇ ଇରାନର ମନ୍ତ୍ରୀ କହିଛନ୍ତି, ବିମାନଟି ଇରାନର ମଶାହାଦ ବିମାନବନ୍ଦରକୁ ଆସିଥିଲା କିନ୍ତୁ ଇନ୍ଧନ ଭରିବା ପରେ ୟୁକ୍ରେନ ଅଭିମୁଖେ ଯାତ୍ରା କରିଥିଲା ।
ତେବେ କେଉଁମାନେ ବିମାନଟିକୁ ଅପହରଣ କରିଛନ୍ତି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
#Ukraine #Kabul #Afghanistan