ଯୁଦ୍ଧର ଆଜି ସପ୍ତମ ଦିନ | ଥମିବାର ନାଁ ଧରୁନି ଯୁଦ୍ଧ | ରାଜଧାନୀ କିବ ଏବଂ ଖାର୍କିଭ ସମେତ ଅନେକ ପ୍ରମୁଖ ସହରକୁ ଟାର୍ଗେଟ କରିଛି ଋଷ। ଯୁଦ୍ଧ ଭିତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାବାସୀଙ୍କୁ କରିଛନ୍ତି ସମ୍ବୋଧିତ। ବାଇଡେନ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କୁ କରିଛନ୍ତି ଟାର୍ଗେଟ | ୟୁକ୍ରେନ ଉପରେ ଆକ୍ରମଣ କରି ଭୁଲ ପଦକ୍ଷେପ ନେଇଛନ୍ତି ପୁଟିନ । ଏକପାଖିଆ ନିଷ୍ପତି କରି ଋଷିଆର ଅର୍ଥନୀତିକୁ ପୁଟିନ ନଷ୍ଟ କରିଦେଇଥିବା କହିଛନ୍ତି ବାଇଡେନ୍ । ସାରା ବିଶ୍ୱରେ ଋଷିଆ କିଭଳି ଏକଘରିକିଆ ହୋଇଯାଇଛି ସେନେଇ ସୂଚନା ଦେଇଛନ୍ତି ବାଇଡେନ୍। ୟୁରୋପକୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି ପୁଟିନ | ବାଇଡେନ୍ କହିଛନ୍ତି, ପୁଟିନ ଭାବୁଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ନାଟୋ କୌଣସି ପ୍ରତିକ୍ରିୟା କରିବେ ନାହିଁ। କିନ୍ତୁ ଆମେ ଏକାଠି ଅଛୁ ଏବଂ ଏକାଠି ରହିବୁ |
ଋଷିଆ ବିରୋଧରେ ନିଆଯାଇଥିବା ସମସ୍ତ ପଦକ୍ଷେପ ବାବଦରେ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଆମେରିକାରୁ ଋଷକୁ ଉଡିବନି ବିମାନ । ଋଷ ଏୟାରଲାଇନ ପାଇଁ ଆମେରିକାର ଆକାଶ ପଥ ବନ୍ଦ ହେବ । ଆମେରିକୀୟ ଏୟାରସ୍ପେଶରୁ ଋଷୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ ବାଇଡେନ ।
-ଋଷ ଉପରେ ଆର୍ଥିକ ଚାପ ଲଦି ଚାଲିଛି ଆମେରିକା । ଋଷୀୟ ବ୍ୟାଙ୍କଗୁଡିକୁ ସ୍ବିଫ୍ଟରୁ ବାଦ୍ ଦିଆଯିବା ସହ ଆମେରିକା ଓ ୟୁରୋପୀୟ ଦେଶରେ ଋଷର ଥିବା ସମ୍ପତ୍ତିକୁ ଚିହ୍ନଟ କରି ଜବତ କରିବାକୁ ଘୋଷଣା କରିଛନ୍ତି ୟୁରୋପୀୟ ରାଷ୍ଟ୍ର । ଏପରିକି କେନ୍ଦ୍ରୀୟ ବ୍ୟାଙ୍କ ଉପରେ କଟକଣା ମଧ୍ୟ ଲାଗୁ ହୋଇଛି ।
-ଋଷକୁ ଏକଘରକିଆ କରିବାକୁ ଏବଂ ତାର ଅର୍ଥନୀତି ଉପରେ ଅତିରିକ୍ତ ଚାପ ପକାଇବାକୁ ଆମେ ଆମ ସହଯୋଗୀଙ୍କ ସହ କାର୍ଯ୍ୟ କରିବୁ । -27 ଟି ଦେଶ ୟୁକ୍ରେନ ସହିତ ଅଛନ୍ତି | ଋଷର ଷ୍ଟକ୍ ମାର୍କେଟ୍ 40 ପ୍ରତିଶତ ହ୍ରାସ ପାଇଛି |