ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୩): ଆସୁଛି ଆଉ ଦୁଇଟି ପଶ୍ଚିମା ଝଡ଼ । କାଲିଠୁ ଦୁଇ ଦିନ ରାଜ୍ୟରେ ଘଡ଼ ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ପରେ ୩୧ ତାରିଖରେ ସୃଷ୍ଟି ହେବ ଆଉ ଏକ ଶକ୍ତିଶାଳୀ ପଶ୍ଚିମା ଝଡ । ଯାହାର ପ୍ରଭାବ ଏପ୍ରିଲ ୨ ପର୍ଯ୍ୟନ୍ତ ଉପକୂଳ ଓ ଉତର ଓଡ଼ିଶାରେ ପଡ଼ିପାରେ । ବର୍ଷା ପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିିଠି ଲେଖିଛନ୍ତି ଏସଆରସି ।