<h3>ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ସିଏମଓର ଦୁଇ ଜଣ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଆକ୍ସନ ନେଇଛି ଋଉଓ । ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ଫସାଇବା ଡିଏସ୍ କୁଟ୍ଟେଙ୍କୁ ମହଙ୍ଗା ପଡ଼ିଛି। ଡିଏସ କୁଟ୍ଟେଙ୍କ ବିରୋଧରେ ଥିବା ଚିଠା ଚାର୍ଜସିଟକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଦେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିଏସ କୁଟ୍ଟେଙ୍କ ବିରୋଧରେ ଚାକିରି ସର୍ତ୍ତାବଳି ଅନୁସାରେ ଆବଶ୍ୟକ ଚାର୍ଜସିଟ୍ ମେ’ ୩୦ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ ଓ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଗତକାଲି ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଦୁଇ ଆଇପିଏସ୍ ଅଫିସର ନିର୍ବାଚନୀ ଗତିବିଧିରେ ସମ୍ପୃକ୍ତ ଥିବାର ସିଧାସଳଖ ପ୍ରମାଣ ବାରମ୍ବାର ମିଳିବା ପରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା।</h3> <h3>ତେବେ ନିର୍ବାଚନ କମିସର ର ଏଭଳି କାମ କୁ କଡା ସମାଲୋଚନା କରିଛନ୍ତି ବିଜେଡି ର ବରିଷ୍ଠ ନେତା ଭିକେ ପାଣ୍ଡିଆନ . ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥରଲେ ଯେ ଏସବୁ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତୃବୃନ୍ଦ ଯାହା ଚାହୁଁଛନ୍ତି, ସେ ଅନୁସାରେ ଋଉଓ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି। ଆକ୍ସନର ସମ୍ମୁଖୀନ ହୋଇଥିବା ଦୁଇ ଅଫିସର ଓଡିଶାରେ ନକ୍ସଲବାଦକୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି |</h3> <h3>ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କେବେ ବି କୌଣସି ଅଫିସରଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟବହାର କରି ନାହାନ୍ତି। ବିଜେଡି ବହୁତ ଷ୍ଟ୍ରଙ୍ଗ ଅଛି, ମଜଭୁତ ଅଛି। ଆମର ଏସବୁ କରିବାର କିଛି ଆବଶ୍ୟକତା ନାହିଁ। ବିଜେପିର ଆବଶ୍ୟକତା ରହିଛି। କାରଣ ବିଜେଡି ହାତରୁ ପରାଜୟ, ବିଜେପିର ହଜମ ହେଉନାହିଁ ବୋଲି କହିଛନ୍ତି ପାଣ୍ଡିଆନ ।</h3> <h3></h3>