ବିହାରରେ ଲାଞ୍ଚ କାରବାର ସବୁ ସୀମା ଟପିଛି | ତେବେ ମାତ୍ର 500 ଟଙ୍କା ଲାଞ୍ଚ ପାଇଁ ଦୁଇଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ହସ୍ପିଟାଲ ଭିତରେ କିଭଳି ପରସ୍ପର ସହ ମାରପିଟ କରୁଛନ୍ତି ତାହାର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି | ଏହି ଭିଡ଼ିଓଟି ବିହାର ଜାମୁଇ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଅବସ୍ଥିତ ରେଫରାଲ୍ ହସ୍ପିଟାଲର | ଯେଉଁଠାରେ ନବଜାତ ଶିଶୁକୁ ବିସିଜି ଟିକା ଦେବା ନେଇ ଆଶା କର୍ମଚାରୀ ଏବଂ ଏନଏମଙ୍କ ମଧ୍ୟରେ ଝଗଡା ହୋଇଥିଲା। ଡାକ୍ତରଖାନାରେ ଦୁଇଜଣ ମହିଳାଙ୍କ ମଧ୍ୟରେ ମାରପିଟ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ଦିନ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଅବସ୍ଥିତ ରେଫରାଲ ହସ୍ପିଟାଲରେ ଏକ ଶିଶୁ ଜନ୍ମ ହୋଇଥିଲା। ଆଶା କର୍ମୀ ରିଣ୍ଟୁ କୁମାରୀ ପ୍ରସୂତି ମହିଳାଙ୍କ ସହ ଶିଶୁକୁ ବିସିଜି ଟିକା ଦେବା ପାଇଁ ଏନ୍ଏମ୍ ରଂଜନ କୁମାରୀଙ୍କ ନିକଟରେ ପହଞ୍ଚିଥିଲେ | ଏହି ଟିକା ଦେବା ବଦଳରେ ଏନ୍ଏମ୍ 500 ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଘଟଣାକୁ ନେଇ ରିଣ୍ଟୁ କୁମାରି ଏବଂ ଏନ୍ଏମ୍ ରଂଜନ କୁମାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ପରେ ଉଭୟଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା | ଏଥିସହିତ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ଏହି ଝଗଡାର ଏକ ଭିଡିଓ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।