ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁଳେହି ପଞ୍ଚାୟତର ହରିହରପୁର, କଲଣ୍ଡା, ବଙ୍ଗୁ ଗ୍ରାମରେ ବିଗତ ୩ ଦିନ ଧରି ୨୪ରୁ ୨୫ ପଟ ହାତୀ ପଲଙ୍କ ଦୌରାତ୍ମ ଯୋଗୁଁ ଉକ୍ତ ଅଞ୍ଚଳର ଚାଷୀ ମାନେ ହା -ହତାଶ ହୋଇ ପଡିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଏହି ଧାନ ଫସଲ ମଧ୍ୟରୁ ସିଂହ ଭାଗ ଫସଲ ହାତୀ ପଲଙ୍କ ପେଟକୁ ଚାଲି ଯାଉଥିବାରୁ ସମ୍ପୃକ୍ତ ଚାଷୀ ମାନଙ୍କ ଅସନ୍ତୁଷ୍ଟ ବୃଦ୍ଧି ପାଇବାରେ ଲାଗୁଛି। ଏହି ଗୁଳେହି ପଞ୍ଚୟତର ବଙ୍ଗୁ, ହରିହରପୁର, କଲଣ୍ଡା ଅଞ୍ଚଳରେ ହାତୀ ଉପଦ୍ରବରେ ୩ ଟି ଗ୍ରାମର ଚାଷୀଙ୍କ କ୍ଷୟକ୍ଷତି ବନ ବିଭାଗ କୁ ଏଯାଏଁ ନାଁ ଦେଖାଯାଉଛି ନାଁ ଆଜି ଯାଏ ତଦନ୍ତ କରି ବନବିଭାଗ କ୍ଷୟକ୍ଷତି ଆକଳନ କରୁଛନ୍ତି ।
ଏହି ବନାଞ୍ଚଳ ଅନ୍ତର୍ଗତ ଗୁଳେହି ପଞ୍ଚାୟତରେ ଚାଷୀ ମାନଙ୍କ ଜୀବନ ଜୀବିକା ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ ରହୁଥିବା ବେଳେ ବର୍ଷ ବର୍ଷ ଧରି ସ୍ଥାନୀୟ ବନବିଭାଗ କୌଣସି ପ୍ରକାରର ସହଯୋଗ କରୁନଥିବାରୁ ଚାଷୀ ଅସନ୍ତୁଷ୍ଟ ବଢିବା ରେ ଲାଗିଛି। ଗୁଳେହି ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସାହୁ ଙ୍କ କହିବା ଅନୁସାରେ ଉକ୍ତ ଗ୍ରାମର ୯୮ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ ଓ ବନବିଭାଗ ଏହାର ତଦନ୍ତ କରି କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କ କ୍ଷତି ପୂରଣ ବନ ବିଭାଗ କର୍ତ୍ତୃପକ୍ଷ ଓ ସରକାର ଙ୍କୁ ଦାବି କରିଛନ୍ତି। ସେହିପରି ଉକ୍ତ ଗ୍ରାମ ମାନଙ୍କର ଚାଷୀ ମାନଙ୍କ ଅଭିଯୋଗ ମୁତାବକ ବନବିଭାଗ ଏବିଷୟରେ ଖବର ପାଇ କେବଳ ଲୋକ ଦେଖାଣିଆ ଆସି ମୁହଁ ଦେଖାଇ ଚାଲି ଯାଇଥଲେ ନାଁ ଚାଷୀଙ୍କୁ ହାତୀ ଘଉଡ଼ାଇବା ପାଇଁ ଚାଷୀ ମାନଙ୍କୁ ଦେଲେ ବାଣ, କିଭଳି ଚାଷୀ ନିଜ ଜୀବନକୁ ବିପଦ ଥିଲେ ମଧ୍ୟ ରାତି ଅନିଦ୍ରା ହୋଇ ହାତୀ ଘଉଡ଼ାଉ ଥିବା ବେଳେ ହିନ୍ଦୋଳ ବନବିଭାଗ ଚାଷୀଙ୍କ ଦୁଃଖ ନବୁଝି ନଶୁଣି ନିଦାବିଷ୍ଣୁ ସାଜିଛନ୍ତି ଚାଷୀ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏହି ଘଟଣା ଉପରେ ପଞ୍ଚାୟତର ସରପଞ୍ଚ, ବୁଦ୍ଧିଜୀବୀ, ଗ୍ରାମବାସୀ ଉକ୍ତ ତିନୋଟି ଗ୍ରାମର କ୍ଷତିପୁରଣ ଯୋଗାଇ ଦେବା ନିମନ୍ତେ ଦାବି କରିଛନ୍ତି। ଏ ବିଷୟରେ ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ହିନ୍ଦୋଳ ରେଞ୍ଜ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା କି ପ୍ରତିକ୍ରିୟା ମିଳି ପାରି ନଥିଲା