ଜ୍ୟୋତିଷ ଶାସ୍ତ୍ର ଉଲ୍ଲେଖ ଅନୁଯାୟୀ ବୃହସ୍ପତି ଦେବଙ୍କ ସହ ହଳଦୀର ସମ୍ବନ୍ଧ ରହିଛି । ପ୍ରତିଟି ଖାଦ୍ୟ ପ୍ରସ୍ତୁତିରେ ହଳଦୀର ବ୍ୟବହାର କରାଯାଇଥାଏ । କେବଳ ଏତିକି ନୁହେଁ ହଳଦୀ ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗାଧୋଇବା ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ସୌଭାଗ୍ୟ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ । କୁହାଯାଏ ହଳଦୀ ନକାରାତ୍ମକ ପ୍ରଭାବକୁ କମ କରିବାରେ ସାହାଯ୍ୟ କରିଥାଏ । ସେହିଭଳି କୁଣ୍ଡଳୀରେ ଗୁରୁ ଦୋଷ କମ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ହଳଦୀ ଅର୍ପଣ କରନ୍ତୁ । ଧାର୍ମିକ, ଜ୍ୟୋତିଷ ଏବଂ ଆୟୁର୍ବେଦ ଦୃଷ୍ଟିକୋଣରୁ ହଳଦୀ ଅତ୍ୟନ୍ତ ଲାଭକାରୀ । ଏହା ଅନେକ ସମସ୍ୟାକୁ ଦୂର କରିବା ସହ ସୌଭାଗ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଗୁରୁବାର ଦିନ ହଳଦୀ ସହ ଜଡ଼ିତ କିଛି ଉପାୟ ବିଷୟରେ, ଯାହାକୁ ଆପଣେଇବା ଦ୍ୱାରା ଘରେ ଧନର ବର୍ଷା ଲାଗି ରହିଥାଏ ।
ଯଦି ଆପଣ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ପାଇ ପାରୁନାହାଁନ୍ତି ତେବେ ଆପଣ ଗୁରୁବାର ଦିନ ହଳଦୀ ସହ ଜଡ଼ିତ ଏହି ଉପାୟ ଆପଣାନ୍ତୁ । ଗୁରୁବାର ଦିନ ଆପଣ ଭଗବାନ ଗଣେଶଙ୍କୁ ହଳଦୀ ମାଳି ଅର୍ପଣ କରନ୍ତୁ । ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କ ସମସ୍ତ କାର୍ଯ୍ୟ ସହଜ ହେବା ସହ ସମସ୍ୟା ଦୂର ହୋଇଯାଇଥାଏ ।
ସେହିଭଳି ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ କରିବା ପାଇଁ ଗୁରୁବାର ଦିନ ଚଣା ଡାଲି ଏବଂ ହଳଦୀ ଦାନ କରନ୍ତୁ । ଭଗବାନ ଶ୍ରୀହରିଙ୍କ ପ୍ରତିମା ସମ୍ମୁଖରେ ପ୍ରତ୍ୟେକ ଦିନ ହଳଦୀ ଅର୍ପଣ କରିବା ଦ୍ୱାରା ଭଲପାଇବାରେ ଦେଖାଯାଉଥିବା ସମସ୍ୟା ଦୂର ହୋଇଥାଏ । ସେହିଭଳି ଯଦି ଆପଣଙ୍କର ଟଙ୍କା ଅନେକ ଦିନ ଧରି ଅଟକି ରହିଥାଏ ତେବେ ଗୁରୁବାର ଦିନ ଅଳ୍ପ ଚାଉଳ ନେଇ ହଳଦୀରେ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ସେହି ଚାଉଳକୁ ନାଲି ରଙ୍ଗର କପଡାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଖୁବ୍ କମ ଦିନରେ ଆପଣଙ୍କର ଅଟକି ଥିବା ଫେରିପାଇବେ ।
ଯଦି ଆପଣଙ୍କ ବ୍ୟବସାୟରେ ବାରମ୍ବାର ଲସ୍ ହେଉଛି ତେବେ ଗୁରୁବାର ଦିନ ହଳଦୀ ଏବଂ କେସରରେ ପାଣି ମିଶାଇ ଆଲମିରାରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରି ପୂଜା କରନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହ ବ୍ୟବସାୟରେ ଉନ୍ନତି ଦେଖାଯାଇଥାଏ ।