୭୦ବର୍ଷର ବୃଦ୍ଧା ମହିଳା ରଙ୍ଗଲତା ମଲ୍ଲିକ ଭତ୍ତା ପାଇବାରୁ ବଞ୍ଚିତ। ଘଟଣା ହେଉଛି ତିର୍ତ୍ତୋଲ ବ୍ଲକ କନିମୂଳ ପଞ୍ଚାୟତ, ନାରିଜଙ୍ଗ ଗ୍ରାମର। ରଙ୍ଗଲତା ମଲ୍ଲିକ ତାଙ୍କର ବୟସ ହେଉଛି ୭୦ ବର୍ଷ, ଅଣ୍ଟା ଭାଙ୍ଗିଗଲାଣି ସେ ନଇଁ ନଇଁ ଯିବା ଆସିବା କରୁଛନ୍ତି। ସ୍ବାମୀଙ୍କ ନାମ ରାମଚନ୍ଦ୍ର ମଲ୍ଲିକ ବୟସ ହେଉଛି ୮୦। ସେ ମୂଲ ମଜୁରି କରିପାରୁ ନାହାଁନ୍ତି। ତାଙ୍କର ଜମିବାଡି ଗୁଣ୍ଠେ ବି ନାହିଁ। ସରକାର ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ପ୍ରକୁତ ଗରିବ ଲୋକମାନେ ବାଦ ପଡୁଛନ୍ତି ଏହି ଯୋଜନାରୁ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରଙ୍ଗଲତା। ତିନି ମାସ ତଳେ ଜିଲ୍ଲାପାଳ ପଞ୍ଚାୟତ ଗ୍ରସ୍ତ ବେଳେ ନାରିଜଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଗ୍ରାମବାସୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ଅଭିଭାଷଣ ମାଧ୍ୟମରେ ବିଦ୍ୟାଳୟର ଉନ୍ନତି ସହିତ ଗ୍ରାମର ଉନ୍ନତିମୂଳକ କାଯ୍ୟ ହେବାପାଇଁ ତଦାରଖ କରିଥିଲେ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଗାଁ ସ୍କୁଲକୁ ଆସିଥିବାର ଖବର ପାଇଁ ନଇଁ ନଇଁ ରଙ୍ଗଲତା ପହଞ୍ଚିଥିଲେ ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ଶାସକ ଦଳର ପଞ୍ଚାୟତର ମୁରବି ଭଜହରୀ କରଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ଦରଖାସ୍ତ ସହିତ ଭତ୍ତା ପାଇ ଆବଶ୍ୟକୀୟ କାଗଜପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ । ଭତ୍ତା ଯଥାଶିଘ୍ର ହେବ ବୋଲି ଜିଲ୍ଲାପାଳ ରଙ୍ଗଲତାକୁ ପ୍ରତିସୃତି ଦେଇଥିଲେ। ହେଲେ ଏବେ ବି ଭତ୍ତା ପାଇବାରୁ ବଞ୍ଚିତ ରଙ୍ଗଲତା। ହେଲେ ଏଠି ପ୍ରଶ୍ନ ଉଠୁଚି କନିମୂଳ ପଞ୍ଚାୟତରେ ବଡ ବଡ ନେତା ଥିବା ବେଳେ ଗରିବ ଲୋକଙ୍କ କାମ ହୋଇପାରୁନଥିବା ବେଳେ ବଡ ବଡିଆଙ୍କ ପକ୍କା ଘରଠୁ ସବୁ କାମ ହେଉଛି ଯାହାପଂଳରେ ନାରିଜଙ୍ଗ ଗ୍ରାମର ରଙ୍ଗଲତା ମଲ୍ଲିକଙ୍କୁ ୭୦ବର୍ଷ ହୋଇଥିବା ସତ୍ତ୍ବେ ସେ ଭତ୍ତାରୁ ବଞ୍ଚିତ ଅଛନ୍ତି।ସରପଞ୍ଚଙ୍କଠୁ ଆରମ୍ଭ କରି ସ୍ଥାନିୟ ଜିଲ୍ଲା ପରିଷଦଙ୍କୁ ଓ ବ୍ଲକରେ ସମସ୍ତ କାଗଜପତ୍ର ଦେଇ ବାରମ୍ବାର ଜଣାଇଲା ପରେ ବି ଭତ୍ତା ହୋଇପାରୁନଥିଲା ଶେଷରେ ନିରାଶ ହୋଇଥିବା ରଙ୍ଗଲତା ଗାଁ ର ଜିଲ୍ଲାପାଳଙ୍କୁ ପାଇ ତାଙ୍କ ପାଖକୁ ଯାଇ ଦରଖାସ୍ତ ସହ ସମସ୍ତ କାଗଜପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ରଙ୍ଗଲତା ମଲ୍ଲିକ ଏବଂ ଭତ୍ତା ତୁରନ୍ତ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ ମଧ୍ୟ ପ୍ରତିଶୃତି ଦେଇଥିଲେ। ସେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପ୍ରତିସୃତିରେ ହିଁ ରହିଗଲା । ତା ହେଲେ ଗରିବଙ୍କ ଦୁଃଖ ବୁଝିବ କିଏ ? ଏହାହିଁ ସବୁଠୁ ବଡ ପ୍ରଶ୍ନବାଚୀ ସୁଷ୍ଟି କରୁଛି।