ମେରୁଦଣ୍ଡ ଜନିତ ଆଘାତ ପାଇଁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସାରଦା ପ୍ରସନ୍ନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ତଅଁରା ଗ୍ରାମରେ। ସାରଦା ପ୍ରସନ୍ନ ରଣା ଦୀର୍ଘ ଦୁଇ ବର୍ଷ ଧରି ଏକ ଦୁର୍ଘଟଣାର ଶିକାର ହୋଇ ମେରୁଦଣ୍ଡ ଜନିତ ଯତ୍ନଣାରେ ଶଯ୍ୟାରେ କାଟୁଛନ୍ତି ଜୀବନ। ସେ ଏକମାତ୍ର ରୋଜଗାରିଆ ପୁଅ,ବାପା ଅନେକ ଦିନ ହେବ ଆରପାରିକୁ ଚାଲି ଗଲେଣି, ଘରେ ତାଙ୍କର ମା ଲକ୍ଷ୍ମୀପ୍ରିୟା ରଣା,ସ୍ତ୍ରୀ ଶୁଭସ୍ମିତା ସାହୁଙ୍କୁ ନେଇ ତାଙ୍କର ପରିବାର । ତାଙ୍କର ମାଳି ଘର ହୋଇଥିବାରୁ ପୂର୍ବରୁ ସେ ନିଜର କୌଳିକ ବୃତିକୁ ଆପଣାଇ, ଗ୍ରାମରେ ଥିବା ପ୍ରସିଦ୍ଧ ପର୍ଶୁରାମ କ୍ଷେତ୍ରକୁ ପ୍ରତେକ ଦିନ ଫୁଲ,ବେଲ ପତ୍ର,ଦେବା ସହିତ ଏକ ଫୁଲ ଦୋକାନ କରି ମଧ୍ୟ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତ ଦୁଇ ବର୍ଷ ତଳେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଏକ ଦୁର୍ଘଟଣା ଶିକାର ହୋଇଥିଲେ । ଯାହା ଫଳରେ କି ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା। ଯେଉଁଥିପାଇଁ ଦୀର୍ଘ ଦୁଇବର୍ଷ ଧରି ଅକର୍ମଣ୍ୟ ହେବା ସହ ଏହି କୌଳିକ ବୃତିକୁ ସେ ଭୁଲି ଯାଇଛନ୍ତି, ବର୍ତ୍ତମାନ ସେ ଶଯ୍ୟା ସାହି ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ପୁଅର ଦୁଘର୍ଟଣା ହେଲା ଦିନ ଠାରୁ ମା ମଧ୍ୟ ପର୍ସୁରାମକ୍ଷେତ୍ର ରେ ପ୍ରତେକ ଦିନ ଫୁଲ, ବେଲ ପତ୍ର ଦେଇ ଆସୁଛନ୍ତି। ମଠରେ ଯାହା ରୋଷେଇ ହୁଏ ସେଥିରୁ ଯାହା ବଳେ ମା ତାକୁ ଆଣି ଘରେ ସମସ୍ତେ ମିଳିମିଶି ଖାଇ ଥାଆନ୍ତି। ଦୁଘର୍ଟଣା ପରେ ମେଡିକାଲରେ ଏ ପର୍ଯ୍ୟନ୍ତ ପାଖାପାଖି ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିପାରିଥିଲେ ମଧ୍ୟ ତାହା କିଛି ଫଳପ୍ରଦ ହୋଇପାରି ନାହିଁ କିମ୍ବା ଶାରଦାଙ୍କ ସ୍ଵାସ୍ଥାବସ୍ଥା ରେ କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ଅର୍ଥର ଅଭାବ ଯୋଗୁ ଭଲ ଡ଼ାକ୍ତରଙ୍କୁ ଦେଖାଇ ପାରୁନାହାନ୍ତି ସାରଦାଙ୍କ ପରିବାର। ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସହାୟତା ମଧ୍ଯ ମିଳି ପାରି ନାହିଁ।ସାଧାରଣ ରେ ଦାବି ରହିଛି ଯେ ଯଦି ରାଜ୍ୟସରକାର , ଜିଲ୍ଲା ପ୍ରଶାସନ କିମ୍ୱା ମାନବିକତା ଦେଖାଉଥିବା ଯେ କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ କିଛି ସହାୟତା ମିଳି ପାରିଲେ ହୁଏତ ଶାରଦା ଙ୍କ ସ୍ଵାସ୍ଥଗତ ସମସ୍ୟାର ସମାଧାନ ହେବା ସହିତ ପରିବାରରେ ପ୍ରତିଦିନ ଘଟୁଥିବା ଆର୍ଥିକ ସଙ୍କଟକୁ କିଛି ମାତ୍ରାରେ ଦୂର କରି ହୁଅନ୍ତା।