ଆଜି ଆମେ ଟ୍ରାଫିକ୍ର ନୂଆ ନିୟମ ବିଷୟରେ କହିବାକୁ ଯାଉଛୁ । ଏବେ ଟ୍ରାଫିକ୍ ଚାଲାଣ କାଟିବା ଏତେ ସହଜ ହେବ ନାହିଁ । ବେଆଇନ ଭାବେ କଟୁଥିବା ଚାଲାଣରୁ ଲୋକଙ୍କୁ ମୁକ୍ତି ମିଳିବ । କେତେକ ସ୍ଥାନରେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରୁଥିବା ଅଭିଯୋଗରେ ଚାଲାଣ କଟାଯାଉଥିବାବେଳେ ଅନେକ ସମୟରେ କୌଣସି ଭୂଲ୍ ନ ଥାଇ ମଧ୍ୟ ଚାଲାଣ ଦେବାକୁ ପଡ଼ୁଥିଲା । ଚାଲାଣ କାଟିବା ଯେମିତି ଏକ ଦୁର୍ନୀତିରେ ପରିଣତ ହୋଇଯାଇଥିଲା । ଚାଲାଣ କାଟିବା ନିୟମରେ ସୁଧାର ଆଣିବା ପାଇଁ ସର୍ବ ଭାରତୀୟ ମୋଟର ସଂଘ ପକ୍ଷରୁ ବହୁଦିନରୁ ଦାବି ହୋଇଆସୁଥିଲା । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଣାଳୟ ଏହି ଦୁର୍ନୀତିକୁ ରୋକିବା ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି । ଏହି ନିୟମ ଗତ ମାସରୁ ଲାଗୁ ହୋଇସାରିଛି । ସେଣ୍ଟର ମୋଟର ଭାଇକିଲ ରୁଲ (ସିଏମଭିଆର) ରେ ୧୬୭ (ଏ)ରେ ଆଉ ଏକ ନିୟମ ଯୋଡା ଯାଇଛି । ଏହି ନିୟମରେ ଉଲ୍ଲେଖ କରାଯାଇଛି ଯେ, ଏବେ ଆପଣଙ୍କ ଟ୍ରାଫିକ୍ ଚାଲାଣ କାଟିବା ସମୟରେ ଯେଉଁ ଟ୍ରାଫିକ୍ ପୋଲିସ୍ ବା ଅଧିକାରୀ ଉପସ୍ଥିତ ଥିବେ ସେମାନଙ୍କୁ ଏକ ବଡ଼ି ୱେରେବୁଲ୍ କ୍ୟାମେରା ପିନ୍ଧିବାକୁ ପଡ଼ିବ । ତେବେ ଏହି ବଡ଼ି ୱେରେବୁଲ କ୍ୟାମେରା କ’ଣ । ଯେତେବେଳେ ଟ୍ରାଫିକ୍ କର୍ମଚାରୀ ଓ ଇନଫୋର୍ସମେଣ୍ଟ ଅଧିକାରୀ ଆପଣଙ୍କ ଚାଲାଣ କାଟିବେ ତା ପୂର୍ବରୁ ସେମାନେ ସମସ୍ତ ପ୍ରକ୍ରିୟାକୁ ପ୍ରଥମେ ଏହି କ୍ୟାମେରା ମାଧ୍ୟମରେ ରେକର୍ଡ କରିବେ । ତାପରେ ଯାଇ ଆପଣଙ୍କ ଚାଲାଣ କଟାଟିବ । ଆପଣ ଉଲ୍ଲଂଘନ କରିଥିବା ଟ୍ରାଫିକ୍ ନିୟମର ସମସ୍ତ ଦୃଶ୍ୟ ସମ୍ପୂର୍ଣ୍ଣ ଭାବେ କ୍ୟାମେରାରେ ରେକର୍ଡ କରାଯିବ । ଯେଉଁ ଟ୍ରାଫିକ୍ ପୋଲିସ ବା ଅଧିକାରୀ ଏହି ଚାଲାଣ କାଟୁଥିବେ ଏହି ପ୍ରକ୍ରିୟାକୁ ଗୁପ୍ତ ରଖିପାରିବେ ନାହିଁ କ୍ୟାମେରାକୁ ବେକରେ ପିନ୍ଧି ଆପଣଙ୍କୁ ଦେଖାଇବେ କି କାହିଁକି ଆପଣଙ୍କ ଚାଲାଣ କଟିଲା । ଏବଂ ଆପଣ କ’ଣ ନିୟମ ଉଲ୍ଲଘଂନ କରିଛନ୍ତି । ଯଦି କେବେ ଦରକାର ପଡେ ଆଉ ଆପଣ ଚାଲାଣ ଉପରେ କ୍ଲେମ୍ କରନ୍ତି କିମ୍ବା କେସ୍ କରନ୍ତି ତେବେ କ୍ୟାମେରୋରେ ରେକର୍ଡ କରାଯାଇଥିବା ଏହି ପ୍ରକ୍ରିୟା ପ୍ରମାଣ ଭାବେ ଦାଖଲ କରାଯାଇପାରିବ । ଏହି ପ୍ରକିୟା ଲାଗୁ ହେବା ପରଠୁ ବହୁ ଗାଡିମାଲିକଙ୍କୁ ଆଶ୍ୱସ୍ତି ମିଳିଛି ।