ଭାରତର ଟ୍ରେଡ୍ ୟୁନିୟନ୍ କେନ୍ଦ୍ର ଓଡିଶା କୃଷକ ସଭା ଏବଂ ଓଡିଶା କ୍ଷେତମଜଦୁର ୟୁନିୟନ୍ର ମିଳିତ ସହଯୋଗରେ ଏକାଧିକ ଦାବି ନେଇ ଆଜି ତିର୍ତୋଲ ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୃଷି ବିଲ୍ କୁ ବିରୋଧ କରିବା ସହିତ କରୋନା ମହାମାରୀ ସମୟରେ ଶ୍ରମିକ,କୃଷକ,ମୂଲିଆମାନେ ସେମାନଙ୍କ ର ଜୀବିକା ହରାଉଥିବା ବେଳେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଟେନି ସେମାନଙ୍କୁ ସହାୟତା ସ୍ୱରୂପ ୬ ମାସ ପର୍ଯ୍ୟନ୍ତ ମାସିକ ୭,୫୦୦ ଟଙ୍କା ଦ ସହିତ ମୁଣ୍ଡପିଛା ୧୦ କେଜି ଚାଉଳ , ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ,ମନେରଗାରେ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ପ୍ରଦାନ କରିବା ପ୍ରମୁଖ ୧୬ ଦଫା ନେଇ ନେଇ ନାରାବାଜି ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏହି ଦାବିପତ୍ର ତିର୍ତୋଲ ବିଡିଓ ଅଟଳ ବିହାରୀ ସ୍ଵାଇଁଙ୍କୁ ପ୍ରଦାନ କରିବା ସହିତ କିଭଳି ଦାବିପତ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବ ସେ ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଦିନରେ ସରକାର ଯଦି ଏ ସବୁ ଦାବି ପୁରଣ ନ କରନ୍ତି ଆନ୍ଦୋଳନ ତିବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି।। ଏଥିରେ ମାତ୍ରାଧିକ ଶ୍ରମିକ, କୃଷକ, ଏବଂ ଦୁଗ୍ଧ ଉତ୍ପାଦନ କରୁଥିବା ସବଲମ୍ବୀ ମହିଳା ମାନେ ମଧ୍ଯ ଯୋଗ ଦେଇଥିଲେ।।
#tradeunion #NNSODIA