ଆଜି ହେଉଛି ‘ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ’ । ସିକଲ୍ ସେଲ୍ ପରି ରକ୍ତ ସମ୍ପର୍କିତ ରୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୨୦୦୯ ମସିହାରୁ ପ୍ରତିବର୍ଷ ଜୁନ୍ ୧୯ ତାରିଖ ଦିନ ଏହି ଦିବସ ପାଳନ କରାଯାଇଥାଏ । ‘ସିକଲ୍ ସେଲ୍’ ଏପରି ଏକ ଗୁଣସୂତ୍ରୀୟ ବିଶୃଙ୍ଖଳା ଯାହା ରକ୍ତର ଗୋଲାକାର ରକ୍ତ କଣିକାକୁ ଅସ୍ୱାଭାବିକ ଭାବେ ସିକଲ୍ ବା ଦା’ ଆକୃତିର କରିଦେଇଥାଏ ।
ଏହି ବିକୃତ ରକ୍ତକଣିକାଗୁଡ଼ିକ ଶିରାପ୍ରଶିରାରେ ରକ୍ତ ପ୍ରବାହକୁ ପ୍ରତିରୋଧ କରିଥାନ୍ତି । ଯାହାଫଳରେ ଶରୀରରେ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଏନେଇ ଏହି ରୋଗରେ ପୀଡ଼ିତମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ ହୋଇ ସେମାନଙ୍କ ପ୍ରତି ସହାନୁମୂତିଶୀଳ ହେବା ଏବଂ ଆଗୁଆ ରୋଗ ଚିହ୍ନଟ କରି ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଚିତ୍ । ଚଳିତ ବର୍ଷ ମଧ୍ୟ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, “ବିଶ୍ୱସ୍ତରୀୟ ସିକଲ୍ ସେଲ୍ ସଂପ୍ରଦାୟ ଗଠନ ଓ ଦୃଢୀକରଣ । ଏଥିସହ ନବଜାତ ଶିଶୁଙ୍କ ରକ୍ତ ପରୀକ୍ଷାକୁ ବିଧି ସଂଗତ କରି ରୋଗର ସ୍ଥିତି ନିରୁପଣ କରିବା । “