<h3> ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ମହୋତ୍ସବ । ରଥ ନିର୍ମାଣ ପରମ୍ପରା ଓ ବିଧି ଅନୁଯାୟୀ ତିନି ରଥର ଛଅଟି ନାହାକା, ଚକ ସହ ତିନୋଟି ଅଖ ଡେରାଯାଇଛି । ଯାହାକୁ ଚକଅଖ ଡେରା ନୀତି କୁହାଯାଏ । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ ଟି ନାହାକ ଚକ ଓ ତିନୋଟି ଅଖ ପ୍ରସ୍ତୁତ କରିଥିଲେ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ବଢିବା ପରେ ତିନି ବାଡର ପୂଜାପଣ୍ଡା ସେବକ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥଖଳାରେ ଆସିପହଞ୍ଚିଥିଲେ । ସେଠାରେ ଭୋଇ ସେବକମାନେ ଚକ ଅଖ ଡେରା କାର୍ୟ୍ୟ ସମ୍ପନ୍ନ କରିବା ପରେ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କୁ ପୂଜାପଣ୍ଡା ସେବାୟତମାନେ ଆଜ୍ଞାମାଳ ପ୍ରଦାନ କରିଥିଲେ । ଆଜ୍ଞାମାଳ ପାଇବା ପରେ ତିନି ରଥରେ ଚକ-ଅଖ ଡେରା ଯାଇଛି ।</h3> <h3><img class=" wp-image-28220 aligncenter" src="https://nnsodia.com/wp-content/uploads/2024/05/17s-1-300x157.jpg" alt="" width="608" height="318" /> ସେପଟେ ଆଜି ମହାପ୍ରଭୁ ଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଶ୍ରୀକ୍ଷେତ୍ରରେ ଶ୍ରୀରାମ କୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ବାର ଚାପ କ୍ରୀଡା କରିବେ । ତେବେ ପବିତ୍ର ଭଉଁରି ତିଥି ରେ ମହାପ୍ରଭୁ ଙ୍କ ରଥ ପାଇଁ ଚକ ଅଖ ଡେରା ବିଧି କୁ ଦେଖିବା ପାଈଁ ବଡ ଦାଣ୍ଡ ରେ ହଜାର ହଜାର ଭକ୍ତ ଙ୍କ ଭିଡ ହୋଇଥିଲା। ତେବେ ମହାପ୍ରଭୁ ଙ୍କ ର ଆଜି ବାହାର ଚନ୍ଦନ ଯାତ୍ରା ର ଅନ୍ତିମ ଦିବସ ହୋଇଥିବାରୁ ନରେନ୍ଦ୍ର ପୁଷ୍କରିଣୀ ରେ ଏହି ଦୁର୍ଲ୍ଲଭ ଦୃଶ୍ୟ ତଥା ମହାପ୍ରଭୁ ଙ୍କ ଚାପ ଖେଳ ଦେଖିବାକୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଚି। ତେବେ ଭକ୍ତ ଙ୍କ ଭିଡ କୁ ଦେଖି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଥିବା ବେଳେ ଟ୍ରାଫିକ ସୁପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ହୋଇଚି । ଭିଡ ନିୟନ୍ତ୍ରଣ ପାଈଁ ଅଭିଜ୍ଞ ପୋଲିସ୍ ଅଧିକାରୀ ଙ୍କୁ ମୁତୟନ କରାଯାଇଛି।</h3>