ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆପଲ୍ ସିଇଓ । ଭାରତରେ ନିବେଶ ପାଇଁ ଦେଲେ ପ୍ରତିଶୃତି । ଭାରତରେ ଉଦ୍ଘାଟନ ହେଲା ଆପଲ ଷ୍ଟୋର। ଭାରତ ସହ ଆପଲ୍ କମ୍ପାନୀ ସମ୍ପର୍କ କୁ ନିବିଡ କରିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି । ଏନେଇ ୨ଲକ୍ଷ ଲୋକଙ୍କୁ ନିଯୁକ୍ତି କରାଯିବା । ବୁଧୁବାର ଆପଲ୍ ର ସିଇଓ ଟିମ୍ କୁକ୍ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହା ସହିତ ଭାରତରେ ନିବେଶ କରିବାକୁ ପ୍ରତିଶ୍ୃତି ବଦ୍ଧ ବେଲି ମୋଦିଙ୍କୁ କହିଛନ୍ତି କୁକ୍ । ଆପଲ୍ ଷ୍ଟୋର ବିଶ୍ୱର ସବୁଠୁ ବଡ ଦାମୀ କମ୍ପାନୀ । ଆପଲ୍ ଷ୍ଟୋର ଖୋଲିବା ଦ୍ୱାରା ଭାରତରେ ୨ଲକ୍ଷରୁ ଅଧିକ ନିଯୁକ୍ତିର ସୁଯୋଗ ମିଳିବ, ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟ ହେବ । ଏହା ସହିତ ବ୍ୟବସାୟ ଅଭିବୃଦ୍ଧି ପାଇଁ ଆପଲ୍ ଲୋଡିଛି ଭାରତ ସରକାରଙ୍କ ସହାୟତା । ଭାରତର ରୁପାନ୍ତରଣରେ ଟେକ୍ନୋଲୋଜିର ରହିଛି ଗୁରୁତ୍ୱପୁର୍ଣ୍ଣ ଭୂମିକା । ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶରେ ଉନ୍ନତି ଏବଂ ନିବେଶ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ବୋଲି କହିଛନ୍ତି ଆପଲ୍ ସିଇଓ ।
ମୋଦିଙ୍କ ସହ ନିଜର ଏକ ସାକ୍ଷାତ ବେଳର ଫୋଟୋ ସେୟାର କରିଛନ୍ତି, ଆପଲ୍ ସିଇଓ କହିଛନ୍ତି ଏହି ଭବ୍ୟ ସ୍ୱାଗତ ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଅନ୍ୟପଟେ ଆଜି ଦିଲ୍ଲୀର ସାକେତରେ ଆପଲ୍ ଷ୍ଟୋର୍ର ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି କୁକ୍। ଏହାପୂର୍ବରୁ ମଙ୍ଗଳବାର ଦିନ ସେ ମୁମ୍ବାଇରେ ଭାରତର ପ୍ରଥମ ଆପଲ୍ ର ଷ୍ଟୋର୍ର ଉଦଘାଟନ କରିଥିଲେ ।