ହିନ୍ଦୁ ଧର୍ମରେ ତୁଳସୀ ପୂଜନୀୟ । କୁହାଯାଏ ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ଦେବୀ-ଦେବତାଙ୍କ କୃପା ଲାଗି ରହିବା ସହ ସୁଖ-ଶାନ୍ତି ମଧ୍ୟ ଲାଗି ରହିଥାଏ । କୁହାଯାଏ ତୁଳସୀରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ଏହି କାରଣରୁ ଭଗବାନ ବିଷ୍ଣୁଙ୍କର ମଧ୍ୟ ତୁଳସୀ ଅତ୍ୟନ୍ତ ପ୍ରିୟ । ଯେଉଁ ଘରେ ତୁଳସୀ ରହିଥାଏ ସେହି ଘରେ ସର୍ବଦା ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ । ଏଥିସହ ନକାରାତ୍ମକ ପ୍ରଭାବ କେବେ ବି ଆଖପାଖରେ ଦେଖାଯାଇନଥାଏ ।
ଜ୍ୟୋତିଷଶାସ୍ତ୍ର ଉଲ୍ଲେଖ ଅନୁଯାୟୀ ତୁଳସୀ ଗଛରେ ମାଁ ଲକ୍ଷ୍ମୀ ବାସ କରିଥାନ୍ତି । ଏନେଇ ଯେଉଁ ଘରେ ତୁଳସୀ ବୃକ୍ଷ ରହିଥାଏ ସେହି ଘରେ ମାଁ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ସେହିଭଳି ତୁଳସୀ ଗଛକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ବିଷୟରେ ଉଲ୍ଲେଖ କରାଯାଇଛି । ତୁଳସୀ ପତ୍ରରେ କିଛି ଉପାୟ ବ୍ୟକ୍ତିଙ୍କ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଉପାୟ?
ତୁଳସୀ ପତ୍ରରେ କରନ୍ତୁ ଏହି ଉପାୟ:
ଦୁର୍ଭାଗ୍ୟ ଦୂର କରିବା ପାଇଁ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ସହ ତୁଳସୀ ବୃକ୍ଷର ପୂଜା କରନ୍ତୁ । ତୁଳସୀଙ୍କ ପୂଜା କରିବା ସମୟରେ ଦୀପ-ଧୂପ ଏବଂ ସିନ୍ଦୂର ଅର୍ପଣ କରନ୍ତୁ । ଏଥିସହ କ୍ଷୀର ଏବଂ ମିଠା ଭୋଗ ଲଗାନ୍ତୁ । ପୂଜା ସରିବା ପରେ ଏହି ଜିନିଷକୁ କୌଣସି ଗରିବ ସଧବା ମହିଳାଙ୍କୁ ଦାନ କରନ୍ତୁ । ଏହି ଉପାୟ ଆପଣେଇବା ଦ୍ୱାରା ଦୁର୍ଭାଗ୍ୟ ଦୂର ହେବା ସହ ସୁଖ-ସମୃଦ୍ଧି ଦେଖାଦେଇଥାଏ ।
ଏଥିସହ ତୁଳସୀ ବୃକ୍ଷ ମୂଳରେ ଗୁଡ ଭୋଗ ଲଗାଇବା ଦ୍ୱାରା ଦୁର୍ଭାଗ୍ୟ ଦୂର ହେବା ସହ ଜୀବନରେ ସୁଖ-ଶାନ୍ତି ଲାଗି ରହିଥାଏ ।
ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଖରାପ ସମୟ ଚାଲୁଥାଏ ତେବେ ସକାଳୁ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ସଂଧ୍ୟାରେ ତୁଳସୀ ବୃକ୍ଷ ମୂଳରେ ଦୀପ ଲଗାନ୍ତୁ । ଏପରି କରିବା ଦ୍ୱାରା ଜାତକରୁ ଖରାପ ସମୟ ଦୂର ହୋଇ ଭଲ ଦିନ ଆସିଥାଏ । ସେହିଭଳି ଆର୍ଥିକ ସମସ୍ୟା ଦୂର କରିବା ପାଇଁ ପିତ୍ତଳ ବାସନରେ ପାଣି ନେଇ ସେଥିରେ ୪ଟି ତୁଳସୀ ପତ୍ର ପକାନ୍ତୁ । ଏହି ପାଣିକୁ ସାରା ଦିନ ଏପରି ରଖନ୍ତୁ । ପରଦିନ ସକାଳୁ ସେହି ପାଣିକୁ ଘରର ଚାରିଆଡେ ଛିଞ୍ଚନ କରନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଏଥିସହ ଯଦି କାହାର ବିବାହରେ ସମସ୍ୟା ଦେଖାଯାଏ ତେବେ ପ୍ରତ୍ୟେକ ଦିନ ତୁଳସୀ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ଏଥିସହ ମାଁ ତୁଳସୀଙ୍କ ନିକଟରେ ନିଜ ମନୋକାମନା କଥା ପ୍ରକାଶ କରନ୍ତୁ । ଏପରି କରିବା ଦ୍ୱାରା ବହୁତ ଜଲଦି ବିବାହ ଯୋଗ ଖୋଲିଥାଏ ।
ସେହିଭଳି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ । ଏହାପରେ ସେହି ତୁଳସୀ ପତ୍ରକୁ ଏକ ହଳଦିଆ ରଙ୍ଗର କପଡାରେ ବାନ୍ଧି ଆଲମିରାରେ ରଖନ୍ତୁ । ଏପରି କରିବା ଦ୍ୱାରା ମାଁ ଲକ୍ଷ୍ମୀଙ୍କ କୃପା ଲାଗି ରହିବା ସହ ଧନର ଅଭାବ ଦେଖାଯାଏ ନାହିଁ ।