ରାତି ପାହି ସକାଳ ହେଲେ ହୁଏ ସୂର୍ଯ୍ୟଦୟ | କେଉଁଠି ଟିକେ ଜଲଦି ସୂର୍ଯ୍ୟଦୟ ହୁଏତ କେଉଁଠି ଟିକେ ବିଳମ୍ବରେ | କିନ୍ତୁ ଜାଣିଛନ୍ତି କି ଭାରତର କେଉଁଠାରେ ହୁଏ ପ୍ରଥମ ସୂର୍ଯ୍ୟଦୟ | ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ଭୋର୪ ଟାରୁ ହୋଇଯାଏ ଦିନ ଏବଂ ଅପରାହ୍ନ ୪ ଟା ହେଲେ ହୁଏ ରାତି | ବହୁ ଲୋକ ଜାଣିଥାନ୍ତି ଭାରତରେ ପ୍ରଥମ ସୂର୍ଯ୍ୟୋଦୟ ଅରୁଣାଚଳ ପ୍ରଦେଶରେ ହୋଇଥାଏ | କିନ୍ତୁ ଅରୁଣାଚଳ ପ୍ରଦେଶର କେଉଁ ସ୍ଥାନରେ ଭାରତର ପ୍ରଥମ ସୂର୍ଯ୍ୟୋଦୟ ହୁଏ ତାହା ଖୁବ୍ କମ୍ ଲୋକଙ୍କୁ ଜଣା | ଆଜି ଆମେ ଆପଣଙ୍କୁ ସେହି ସ୍ଥାନ ବିଷୟରେ କହିବୁ |
ଯେଉଁଠାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ସେହି ଗାଁର ନାମ ଡୋଙ୍ଗ | ଏହା ଅରୁଣାଚଳ ପ୍ରଦେଶର ଏକ ଛୋଟ ଗାଁ | ଭାରତ, ଚୀନ୍ ଏବଂ ମିଆଁମାରର ତ୍ରିକୋଣଭୂମିରେ ଅବସ୍ଥିତ ଏହି ଗାଁ | ଆପଣ ଏହାକୁ ଉତ୍ତର-ପୂର୍ବରେ ଅବସ୍ଥିତ ଭାରତର ପ୍ରଥମ ଗ୍ରାମ ବୋଲି ମଧ୍ୟ କହିପାରିବେ | ଭାରତର ପ୍ରଥମ ସୂର୍ଯ୍ୟ କିରଣ ଏହି ଗାଁରେ ପଡେ | ଭୋର ୩ ଟା ସମୟରେ ଯେତେବେଳେ ଦିଲ୍ଲୀ-ମୁମ୍ବାଇ ସମେତ ଦେଶର ଅଧିକାଂଶ ଅଞ୍ଚଳର ଲୋକ ନିଦରେ ଶୋଇଥା’ନ୍ତି, ସେହି ସମୟରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ଡୋଙ୍ଗ ଗାଁରେ | ସକାଳ ୪ ଟା ସୁଦ୍ଧା ପୁରା ଦିନ ହୋଇଯାଏ | ସକାଳ ୪ ଟାରୁ ସେଠାକାର ଲୋକେ ନିଜ ନିଜ କାମରେ ଲାଗିପଡନ୍ତି | ଡୋଙ୍ଗ ଗ୍ରାମରେ ପ୍ରାୟ ୧୨ ଘଣ୍ଟା ଦିନ ରହେ | ଦେଶର ଅନ୍ୟାନ୍ୟ ସ୍ଥାନରେ ଲୋକେ ଟାରେ ଚା ’ପ୍ରସ୍ତୁତ କରୁଥିବା ସମୟରେ, ଏହି ଗାଁରେ ହୁଏ ରାତି |
ଡୋଙ୍ଗ୍ ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ | ଏହା ପ୍ରାୟ 1240 ମିଟର ଉଚ୍ଚତାରେ | ଏହି ଗ୍ରାମ ଲୋହିତ ଏବଂ ସତୀ ନଦୀର ମିଳନସ୍ଥଳରେ ଅବସ୍ଥିତ | ଏହି ଗାଁର ସୀମା ଚୀନ୍ ଏବଂ ମିଆଁମାର ସହିତ ଲାଗିଛି | ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ମଧ୍ୟ ଜଣାଶୁଣା | ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବାକୁ ବହୁ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ହୁଏ | ସେମାନେ ଗାଁର ଏକ ଶିଖରରେ ଠିଆ ହୋଇ ସୂର୍ଯ୍ୟୋଦୟକୁ ଉପଭୋଗ କରଥାନ୍ତି |
1999 ରେ ଏହି ଗାଁ ପ୍ରଥମେ ସାମ୍ନାକୁ ଆସିଥିଲା | ଏହାପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଭାରତରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଆଣ୍ଡାମାନର କାଚାଲ ଦ୍ୱୀପରେ ପଡେ। ପରେ ଏହା ଦେଖାଗଲା ଯେ ଆଣ୍ଡାମାନ ନୁହେଁ ବରଂ ଅରୁଣାଚଳ ପ୍ରଦେଶର ଡୋଙ୍ଗ ଉପତ୍ୟକାରେ ପ୍ରଥମ ସୂର୍ଯ୍ୟୋଦୟ ହୁଏ |