ଗତ ୯ ତାରିଖରେ ଓ.ୟୁ.ଏ.ଟି ପରିସରରେ ନିଖିଳ ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘର ତ୍ରୟୋଦଶ ଦ୍ୟିବାର୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ସମ୍ମାନିତ ଅତିଥି ଭାବେ ଅଖିଳ ଭାରତ ବିଶ୍ବବିଦ୍ୟାଳୟ କର୍ମଚାରୀ ମିଳିତ ମହାସଂଘର ପୂର୍ବାଞ୍ଚଳ ସମ୍ପାଦକ ବିରଞ୍ଚି ନାରାୟଣ ରାୟ ଯୋଗ ଦେଇଥିଲେ। ମହାସଙ୍ଘର ସଭାପତି ଶାରଦା ଚରଣ ମହାନ୍ତି ସଭାରେ ସଭାପତିତ୍ବ କରିଥିଲାବେଳେ ସାଧାରଣ ସମ୍ପାଦକ ଦୁର୍ଗା ଚରଣ ହୋତ୍ତା ବାର୍ଷିକ ବିବରଣୀ ପାଠ କରିଥିଲେ। ବିଶ୍ବବିଦ୍ୟାଳୟ କର୍ମଚାରୀ ମାନଙ୍କ ସମସ୍ୟା ଉପରେ ସବିଶେଷ ଆଲୋଚନା ହୋଇ ଅସନ୍ତୋଷ ପ୍ରକାଶ ପାଇଥିଲା।ସମସ୍ୟା ସମୂହ ୧- ଓଡିଶା ବିଶ୍ବବିଦ୍ୟାଳୟ କର୍ମଚାରୀ ନିଯୁକ୍ତି ଓ ପଦନ୍ନୋତି ନିୟମ ୧୯୯୧ କୁ ପ୍ରତ୍ୟାହାର କରି ସଚିବାଳୟରେ ଲାଗୁହେଉଥିବା ନିୟମକୁ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ପାଇଁ ସିଧା ସଳଖ ଲାଗୁ କରିବା ୨- ସରକାରୀ କର୍ମଚାରୀଙ୍କ ପ୍ରତି ଲାଗୁ ହୋଇଥିବା କ୍ୟାଡର ରୋଲ ବିଶ୍ବବିଦ୍ୟାଳୟରେ ପ୍ରଣୟନ। ୩- ସମସ୍ତ ବିଶ୍ବବିଦ୍ୟାଳୟରେ ଜି. ଆଇ. ଏସ. ଲାଗୁ। ୪- ସମସ୍ତ ଖାଲି ପଦବୀ ପୂରଣ ଓ ପଦୋନ୍ନତି ପ୍ରଦାନ । ୫ – ଅବସର ବୟସ ସୀମାକୁ ୬୦ ରୁ ୬୨ ବର୍ଷ କୁ ଅନ୍ୟାନ୍ୟ ରାଜ୍ୟ ପରି ବ୍ରୁଧ୍ଧି। ୬ – ଅସ୍ଥୟି,ଠିକା, ଡି. ଏଲ୍. ଆର. ଓ ଟେମ୍ପରାରି ଷ୍ଟାଟସ୍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା। ୭- ସିଣ୍ଡିକେଟ୍ ବା ବୋଡ ଅଫ ମ୍ୟାନେଜମେଣ୍ଟରେ ସମସ୍ତ ବିଶ୍ବବିଦ୍ୟାଳୟରେ କର୍ମଚାରୀଙ୍କୁ ସଦସ୍ୟତା ପ୍ରଦାନ ଓ ଆଉଟ୍ ସୋର୍ସିଂ ବନ୍ଦ କରିବା ଇତ୍ୟାଦି। ଏସବୁ ଦାବୀ ନେଇ ମହାସଙ୍ଘର ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଗଣେଷି ଲାଲଙ୍କୁ ରାଜଭବନ ଠାରେ ଭେଟି ଦାବୀ ପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଥିଲେ। ସଭାରେ ଆଲୋଚନା ପରେ ସ୍ଥିର ହେଲା ଯେ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୁଳାଧିପତିଙ୍କ ପରାମର୍ଶକୁ ସରକାର କିଭଳି ଭାବରେ ଗ୍ରହଣ କରି ବିଶ୍ବବିଦ୍ୟାଳୟ କର୍ମଚାରୀ ମାନଙ୍କୁ ଆଗାମୀ ଦିନରେ ନ୍ୟାୟ ଦେଉଛନ୍ତି ଦେଖିବାକୁ ବାକି ରହିଲା। ଯଦି ସରକାର ଦାବୀ ପୂରଣ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତାହେଲେ ରାଜ୍ୟ ବିଶ୍ବବିଦ୍ୟାଳୟ କର୍ମଚାରୀ ମହାସଂଘ କଡା ସମାଲୋଚନା କରିବା ସହଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ପଛେଇବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ମହାସଂଘର ୨୦୨୨ ଓ ୨୦୨୩ ମସିହା ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଓ. ୟୁ. ଏ. ଟି ର ରଞ୍ଜନ କୁମାର ସାମନ୍ତରାୟ ସଭାପତି, ବ୍ରହ୍ମପୁରର ରବିନ୍ଦ୍ର କୁମାର ପାଣିଗ୍ରାହୀ କାର୍ଯ୍ୟକାରୀ ସଭାପତି, ପ୍ରତ୍ୟେକ ବିଶ୍ବବିଦ୍ୟାଳୟରୁ ଜଣେ ଜଣେ ଉପ-ସଭାପତି ମୁରଲୀଧର ପାଣିଗ୍ରାହୀ, ପ୍ରଦୀପ କୁମାର ଗାନ, ଶିବ ପ୍ରସାଦ ମିଶ୍ର, ସୁବୋଧ କୁମାର ପଣ୍ଡା, ସତ୍ୟ ନାରାୟଣ କର, ମାନସ ରଞ୍ଜନ କର, ମିହିର କୁମାର ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ବିଶ୍ବାଳ, ଉତ୍କଳରୁ ଅଜୟ କୁମାର ରଥ ସାଧାରଣ ସମ୍ପାଦକ, କିର୍ତ୍ତୀ ସୁନ୍ଦର ଦାସ ଓ ଅଭୟ କୁମାର ବାରିକ ଯୁଗ୍ମ ସମ୍ପାଦକ, ବସନ୍ତ କୁମାର ବରାଳ ସାଂଗଠନିକ ସମ୍ପାଦକ, ବିଶ୍ବ ବିହାର ବିଶୋଇ କାର୍ଯ୍ୟକାରୀ ସମ୍ପାଦକ, ଉତ୍କଳରୁ କୋଷାଧ୍ୟକ୍ଷ ତ୍ରିଲୋଚନ ମହାକୁଡ ଓ ମନୋରଞ୍ଜନ ପଣ୍ଡା ସହକୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଉପଦେଷ୍ଟା ମଣ୍ଡଳୀରେ ସ୍ଥାନ ପାଇଲେ ଚିନ୍ତାମଣି ମିଶ୍ର, ସୁରେନ୍ଦ୍ର କୁମାର ସ୍ବାଇଁ, ଦିଲିପ କୁମାର ପଣ୍ଡା, ସୁଶାନ୍ତ କୁମାର ମହାପାତ୍ର, ଶାରଦା ଚରଣ ମହାନ୍ତି, ମୟୁରେଶ ଦାଶ, ଗଦାଧର ବଢେଇ, କାଳୀ ପ୍ରସାଦ ନନ୍ଦ, ବିରଞ୍ଚି ନାରାୟଣ ରାୟ ଓ ଦୁର୍ଗା ଚରଣ ହୋତ୍ତା।