ହିନ୍ଦୋଳ ବନାଞ୍ଚଳ ଡିହସlହି ଗ୍ରାମ ନିକଟ କାକୁଡିଖୋଲ ଶlଳବଣି ଜଙ୍ଗଲରୁ ପ୍ରତିଦିନ ଶହ ଶହ କୁଇଣ୍ଟାଲ କାଠ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳର କାଠ ମାଫିଆମାନେ ଅବାଧରେ ମୂଲ୍ୟବାନ ଗଛ କାଟି ବିକ୍ରି କରି ମାଲାମାଲ ହେଉଛନ୍ତି । ସ୍ଥାନୀୟ ବନବିଭାଗ ଯେମିତି ସ୍ଥାଣୁ ପାଲଟିଯାଇଛି । ଫଳରେ ବାଉଁଶପୋଖରୀ ପଞ୍ଚାୟତର ନୂଆକୋଟ କାକୁଡିଖୋଲ ଶlଳବଣି ଜଙ୍ଗଲରୁ ବେଧଡ଼କ ଭାବେ ଗଛ କଟାଯିବା ସାଙ୍ଗକୁ କାଠପଟା ବିକ୍ରି ଦିନକୁ ଦିନ ବଢ଼ିବାରେ ଲାଗିଛି। ଡିହସlହି ଗ୍ରାମବାସୀ ଆଜକୁ ୫୦ ବର୍ଷ ହେଲା ପାଳି କରି ଜଙ୍ଗଲ ଜଗୁଥିଲେ ହେଁ କାଠ ମାଫିଆମାନେ ସନ୍ଧ୍ୟା ପରେ ମେସିନ ଲଗାଇ ମୂଲ୍ୟବାନ ଗଛ ସବୁକୁ କାଟି ଅନ୍ୟତ୍ର ଚାଲାଣ କରୁଥିବା ଅଭିଯୋଗ ହେଉଛି। ଗତ ଶୁକ୍ରବାର କନ୍ତାମିଲା ପଞ୍ଚlୟତ ଗୋହିରାଛୋଡ ଶାଳବଣି ସାହିରେ କାଠପଟା କାଟି ଝରକା,କବାଟ ଚୌକlଠ ତିଆରି କରି ଅନ୍ୟତ୍ର ଚାଲାଣ ପାଇଁ ଘରେ ରଖି ଥିବାବେଳେ ଗ୍ରାମବାସୀ ଜାଣିପାରି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାଠପଟା ଗୁଡିକୁ ଜବତ କରିଥିଲେ। ତେବେ ଚୋରା ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ କାଠ କଟlଳିମାନେ ମଧ୍ୟ ଚମ୍ପଟ ମlରିଥିଲେ । 4ଟି ସ୍ଥାନରେ ବେଆଇନ ଭାବେ କାଠ ପଟା କଟା ଯାଇଥିବl ନେଇ ଗ୍ରାମବାସୀ କର୍ମଚାରୀଙ୍କୁ ଦେଖାଇଥିଲେ। କେତେକ ବିଭlଗୀୟ କର୍ମଚାରୀ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଏହି ଅଞ୍ଚଳରେ ବେଆଇନ କାଠ ବେପାର ବୃଦ୍ଧି ପାଇ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।