ବାଲେଶ୍ୱର,(ଏନଏନଏସ ଓଡ଼ିଆ /୨୪.୦୩): ଛାତ୍ରଙ୍କୁ ଘାରିଛି ବିଶ୍ଵରେକର୍ଡର ନିଶା । ୭୮ ଦିନରେ ଦୌଡ଼ିଲେ ୪୩୦୦ କିମି ରାସ୍ତା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା 60 ନମ୍ୱର୍ ଜାତୀୟ ରାଜପଥ ରେ ଦେଖିବାକୁ ମିଳିଛି ଏଭଳି ଏକ ବିରଳ ଦୃଶ୍ୟ। ଆଉ ଛାତ୍ରଙ୍କ ଏହି ନିଶାକୁ ପୁରଣ ପାଇଁ ବାପା ମାଙ୍କ ସହିତ ପୁରା ପରିବାର ଏକାଠି ହୋଇଛନ୍ତି। ସମୁଦାୟ ୭୮ ଦିନ ମଧ୍ୟରେ ଛାତ୍ର ଜଣକ ଦିଲ୍ଲୀରୁ ବିଭିନ୍ନ ରାଜ୍ୟଦେଇ ୪୩୦୦ କିମି ଅତିକ୍ରମ କରି ପହଂଚିଛନ୍ତି ଓଡ଼ିଶାର ବସ୍ତାରେ। ଛତିଶଗଡ଼ ରାଜ୍ୟର ଜଗଦଲ ପୁର ଜିଲ୍ଲା ହିମାଂଶୁ କୁମାର୍ ଭାରତ ସରକାରଙ୍କ ଡିଫେନସ ରେ କାର୍ଯ୍ୟକରନ୍ତି। ଶ୍ରୀ କୁମାରଙ୍କ ଏକମାତ୍ର ପୁତ୍ର ହନଶତ ପଣ୍ଡିତ(୧୬) ଦଶମ ଶ୍ରେଣୀ ରେ ଅଧ୍ୟୟନ କରନ୍ତି। ଆଉ ପାଠପଢ଼ା ସହିତ ହନଶତ ବିଶ୍ୱବିଜେତା ହେବା ସ୍ବପ୍ନ ଦେଖିଥିଲେ। ଶହେ ଦିନ ମଧ୍ୟରେ ସାରା ଭାରତର ୬୦୦୦ କିମି ରାସ୍ତା ଦୌଡ଼ି ଏହି ରେକର୍ଡ କରିବାକୁ ପ୍ରୟାସ କରିଛନ୍ତି ହନସତ। ସେଥିପାଇଁ ମାତ୍ର ୭୮ ଦିନରେ ୪୩୦୦ କିମି ରାସ୍ତା ଅତିକ୍ରମ କରିଛନ୍ତି ହନସତ। ଆଉ ପୁଅର ଏହି ନିଆରା ପ୍ରୟାସ ପାଇଁ ବାପା ,ମାଙ୍କ ସହିତ ପୁରା ପରିବାର ଏକତ୍ରିତ ହୋଇଥିବା ବେଳେ ପୁଅର ସମସ୍ତ ଦୌଡ଼ କାର୍ଯ୍ୟକ୍ରମ କୁ ଜିପିଆରଏସ ସାହାଯ୍ୟରେ ରେକଡ୍ କରିଛନ୍ତି ବାପା ହିମାଂଶୁ। ଆଜି ସକାଳ ସମୟରେ ବସ୍ତା ଥାନା ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ବସ୍ତା ଛକନିକଟରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ଛାତ୍ର ଙ୍କ ଏଭଳି ଅଭିନବ ପ୍ରୟାସ କୁ ବସ୍ତା ର ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଥିଲା।