<h3>ଚଳିତ ବିଧାନସଭା ନିର୍ବାଚନରେ ରାଜ୍ୟରେ ଦୀର୍ଘ ୨୫ ବର୍ଷର ଶଙ୍ଖ ସରକାରୁ ଧୂଳିଚଟାଇ ଏକାକି ୭୮ଟି ବିଧାନସଭା କ୍ଷେତ୍ରକୁ ଅତିଆର କରିଛି ବିଜେପି । ତେବେ ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଠନ କରିବାକୁ ନେଇ ଆଜି ରାଜ୍ୟରେ ଯୋରଦାର ପ୍ରସ୍ତୁତି ଚାଲିଥିଲା । ହେଲେ ଠିକ୍ ଏହିସମୟରେ ୧୦ ନୁହେଁ ବରଂ ୧୨ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ସ୍ପଷ୍ଟ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ୟ୍ୟ ହୋଇଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ହୋଇଛି । ରାଜ୍ୟ କାର୍ୟ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏପର୍ୟ୍ୟନ୍ତ ମିଳିପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ବ୍ରହ୍ମପୁରରେ ବିଜୟ ସକଳ୍ପ ସମାବେସ ମୈଦାନରୁ ରାଜ୍ୟ ବାସୀଙ୍କୁ ଜୁନ ୧୦ ତାରିଖରେ ଓଡିଶାରେ ବିଜେପି ସରାକାର ଗଢିବା ନେଇ ଶପଥ ନେବା ବୟାନ ଦେବା ସହ ଆଗୁଆ ନିମନ୍ତ୍ରଣ ଦେଇଥିଲେ ଖଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।</h3> <h3>ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କ ସମେତ, ଅପରାଜିତା ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଫୋନ୍ କଲ୍ ଆସିବା ପରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ହୋଇଥିବା ଜଣାପଡିଛି । ଫଳରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ଏଯାଏଁ ଉଠି ପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ଦୁଇ ବରିଷ୍ଠ ନେତା ଆସିଛନ୍ତି ।</h3> <h3>ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜାରି ରହିଛି। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ରାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ୍ କମିସନର ଓ ଭୁବନେଶ୍ବର ଡିସିପି ଉପସ୍ଥିତି ରହି ତନ୍ନତନ୍ନ ଯାଞ୍ଚ କରିଛନ୍ତି । କଡାସୁରକ୍ଷା ବଳୟ ଭିତରେ ଭୁବନେଶ୍ବର ଥିବା ପୋଲିସ ଡିଜି କହିଛନ୍ତି ।</h3>