<h3>ବିବାହ ଏକ ସ୍ୱପ୍ନ ଯାହାକୁ ସମସ୍ତେ ଚାହାନ୍ତି ନିଜ ବାହାଘରକୁ କେମିତି ଚିରସ୍ମରଣୀୟ କରିବା ପାଇଁ ,., ସିଏ ଛୋଟ ହେଉ କି ବଡ ସବୁ ଦମ୍ପତି ଙ୍କ ପାଇଁ ଏକ ଖାସ ମୁହୂର୍ତ୍ତ , ହେଲେ ଏଠି ଚାଲିଛି ନିଆର ବାହାଘର ନା ଅଛି ବାଜାବାଣ ନା ଅଛି ବରଯାତ୍ରୀ ନାଥିଲା , ନା ଭୋଜିଭାତ ରୋଷଣୀ ନା ବାହା ବେଦୀ ମଣ୍ଡପ । ଦୂରଦୂର ପର୍ଯ୍ୟନ୍ତ ବି କେହି କୁଆଡେ ଦେଖାଯାଉନଥିଲେ .., ତଥାପି ସେଇଠି ଚାଲିଥିଲା ବାହାଘର . ପଣ୍ଡିତ ଙ୍କ ପବିତ୍ର ବେଦମନ୍ତ୍ର ଉଚ୍ଚାରଣ ସହିତ କେବଳ ମିଶିଥିଲା ମନ କୁ ମନ ଓ ହାତ କୁ ହାତ ,. ହୁଳହୁଳି , କରତାଳି ହର୍ଷଧ୍ୱନି ଖେଳାଇଯାଇଥିଲା ଚର୍ତୁପାଶ୍ୱର୍ ରେ । ପରିବାର ରାଜି ହେଲେ ନି ବୋଲି ମନ୍ଦିରକୁ ସାକ୍ଷୀ ରଖି ଠାକୁର ଙ୍କ ଆଗରେ ସଂପ୍ୱର୍ଣ୍ଣ ନିରାଡମ୍ବର ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।</h3> <h3><img class=" wp-image-28003 aligncenter" src="https://nnsodia.com/wp-content/uploads/2024/05/Bijuli-GDN-2000X2000-1-300x300.jpg" alt="" width="283" height="283" /> ଏଭଳି ନିଆର ଢଙ୍ଗରେ ପ୍ରେମୀଯୁଗଳ ପରସ୍ପର ବିବାହ ବନ୍ଧନ ରେ ଆବଦ୍ଧ ହେବା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବଧନପୁର ପଞ୍ଚାୟତ ଟେକରତୋଳା ଗାଁରେ। ଏହି ଗାଁର ଜଣେ ଯୁବକ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁର ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। କିନ୍ତୁ ବିବାହ ପ୍ରସ୍ତାବ ପଡିବାରୁ ଝିଅ ଘର ଲୋକେ ରାଜି ହୋଇନଥିଲେ। ଏହାପରେ ଦୁହେଁ ଫେରାର ହୋଇଯାଇ ନିକଟସ୍ଥ ରାମଚନ୍ଦ୍ରପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ଝିଅ ଘର ଲୋକେ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିବାବେଳେ ଅଭିଯୋଗ ଆଧାରରେ ଉଭୟଙ୍କୁ ପୁଲିସ ଉଠାଇ ନେଇଥିଲା। ପୁଲିସ ଉଭୟ ପକ୍ଷରୁ ସବିଶେଷ ତଥ୍ୟ ଓ ସୂଚନା ସଂଗ୍ରହ ପରେ ଏବଂ ଦୁହେଁ ସାବାଳକ ହୋଇଥିବାରୁ ଉଭୟ ପରିବାର ବର୍ଗଙ୍କ ଉପସ୍ଥିତିରେ ବୁଝାମଣା କରି ଥାନାରୁ ଛାଡ଼ିଥିବା ଜଣାପଡିଛି। ଶେଷରେ ଦୁହିଁଙ୍କ ପ୍ରେମକୁ ମିଳିଛି ସାମାଜିକ ସ୍ୱୀକୃତି।</h3>