ଅନେକ ବାଦ ପ୍ରତିବାଦରେ ରିଲିଜ୍ ହୋଇଛି “ଦ କେରଲା ଷ୍ଟୋରୀ” ଫିଲ୍ମ । ଏହି ଫିଲ୍ମ ୨୦୨୩ର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଫିଲ୍ମ ହୋଇଛି । ଅନେକ ରାଜନୈତିକ ବିବାଦ ପରେ ଗତକାଲି ଏହି ଫିଲ୍ମ ହଲ୍ ରେ ରିଲିଜ୍ ହୋଇଛି । ଫିଲ୍ମଟି ରିଲିଜ୍ ହେବା ପରେ ଦର୍ଶକଙ୍କର ଖୁବ୍ ସପୋର୍ଟ ମିଳିବା ସହ ପ୍ରଥମ ଦିନରେ ବହୁତ ଭଲ ଆୟ ମଧ୍ୟ କରିଛି । ଏନେଇ ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଫିଲ୍ମର ଅଫିସିଆଲ୍ କଲେକ୍ସନ୍ ଡାଟା ସେୟାର୍ କରିଛନ୍ତି । ସୂଚନା ଅନୁଯାୟୀ “ଦ କେରଲା ଷ୍ଟୋରୀ” ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ ୮.୩ କୋଟି ଟଙ୍କା ଆୟ କରିଛି ।
ସୂଚନା ଥାଉକି, ଦ କେରଳ ଷ୍ଟୋରି ସିନେମାର ରିଲିଜ ଉପରେ ରହିତାଦେଶ ଲଗାଇବାକୁ କେରଳ ହାଇକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଏନ ନାଗରେଶ ଏବଂ ବିଚାରପତି ସୋଫି ଥୋମାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ରହିତାଦେଶ ଦେବା ପୂର୍ବରୁ ଖଣ୍ଡପୀଠ ସିନେମାର ଟ୍ରେଲର ଦେଖିଥିଲେ। ସିନେମାରେ କୌଣସି ସଂପ୍ରଦାୟ ପ୍ରତି ଅପମାନଜନକ କିଛି ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। ସିନେମାଟି କାଳ୍ପନିକ କାହାଣୀ ଉପରେ ପର୍ୟ୍ୟବସିତ ବୋଲି ପ୍ରଯୋଜକ ଘୋଷଣା କରିଛନ୍ତି ।