୨୫ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୬ ଜଣିଆ ଏହି ଦଳରେ କିଛି ଅଭିଜ୍ଞ ଓ ନୂଆ ମୁହଁ ସ୍ଥାନ ପାଇଛନ୍ତି । ପ୍ରଥମ ଟେଷ୍ଟରେ ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଭାବେ ଦଳର ନେତୃତ୍ୱ ନେବେ । ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଅଧିନାୟକ ହେବେ । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଭାରତୀୟ ଦଳର ଦୁଇ ପେସ୍ ବୋଲର ମହମ୍ମଦ ଶାମି ଓ ଜଶପ୍ରୀତ ବୁମ୍ରାଙ୍କ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସ୍ଥାନରେ କେଏସ ଭାରତଙ୍କୁ ଏହି ଦଳରେ ସୁଯୋଗ ମିଳିଛି । ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି କେ.ଏସ୍ ଭରତ, ରିଦ୍ଧିମାନ ଶାହାଙ୍କ ସହ ପ୍ରସିଦ୍ଧ କୃଷ୍ଣା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଦଳ: ଆଜିଙ୍କ୍ୟ ରାହାଣେ (କ୍ୟାପଟେନ୍), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ଶ୍ରେୟସ୍ ଆୟର, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ।