ବହୁ ବାଦ ବିବାଦ ପରେ ପାକିସ୍ତାନ ରାଜଧାନୀ ଇସଲାମବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ ସାମୁଦିୟକ କେନ୍ଦ୍ର ନିର୍ମାଣ ପାଇଁ ଜମି ଆବଣ୍ଟିତ କରାଯାଇଥିଲା। ଏହି ଘଟଣା ଉପରେ ଆଲୋଚନା ପରେ ଏହି ଜମିକୁ ପୁଣି ଥରେ ହିନ୍ଦୁ ସମୁଦାୟଙ୍କୁ ଆବଣ୍ଟିତ କରାଯାଇଛି । ହିନ୍ଦୁ ସମୁଦାୟଙ୍କୁ ଜମି ଆବଣ୍ଟିତ କରାଯାଇଥିବାରୁ ମନ୍ଦିର ନିର୍ମାଣ ହେବା ବାଟ ଖୋଲିଯାଇଛି । ଇସଲାମବାଦରେ ଏକ ହିନ୍ଦୁ ମନ୍ଦିର ନିର୍ମାଣକୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ମନ୍ଦିର ନିର୍ମାଣ ପାଇଁ ଆବଣ୍ଟିତ ହୋଇଥିବା ଜମିକୁ ସରକାର ରଦ୍ଦ କରିଦେଇଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନରେ ରହୁଥିବା ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପାକିସ୍ତାନ ସୋସିଆଲ ମିଡିଆରେ ମଧ୍ୟ ସରକାରଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ଇସଲାମବାଦ ରାଜଧାନୀ ବିକାଶ ପ୍ରାଧିକରଣ ଏହି ନୋଟିସକୁ ରଦ୍ଦ କରିବା ପାଇଁ ମଧ୍ୟ ହିନ୍ଦୁମାନେ ଦାବି କରିଥିଲେ ।
ଡୋନ୍ ନ୍ୟୁଜ ପେପରର ଏକ ରିପୋର୍ଟ ଅନୁସାରେ ୨୦୧୬ରେ ଇସଲାମବାଦରେ ୦.୫ ଏକର ଜମି ହିନ୍ଦୁ ସମ୍ପ୍ରଦାୟଙ୍କୁ ଦିଆଯାଇଥିଲା । ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଓ ସମ୍ପ୍ରଦାୟିକ କେନ୍ଦ୍ର ନିର୍ମାଣ କରାଯାଇଥାନ୍ତା । କିନ୍ତୁ ପରେ ଏହି ଜମି ଆବଣ୍ଟନ ବାତିଲ କରାଯାଇଥିଲା । ଏହି ପ୍ରସଙ୍ଗରେ ସିଡିଏ ମୁଖପାତ୍ର ଆସିଫ ରାଜା କହିଛନ୍ତି ଯେ, ଯେଉଁ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେ ସବୁ ଜମିକୁ ବାତିଲ କରାଯାଇଥିଲା । ତେବେ ଏହି ମାମଲାରେ ଉଚ୍ଚ ପଦକ୍ଷେପଙ୍କ ହସ୍ତକ୍ଷେପ ପରେ ଜମି ଆବଣ୍ଟନ ପୁନଃସ୍ଥାପିତ ହୋଇଛି । ଇସଲାମାବାଦରେ ହିନ୍ଦୁ ସମୁଦାୟଙ୍କ ପାଇଁ କୌଣସି ମନ୍ଦିର କିମ୍ବା ଶ୍ମଶାନ ଘାଟ ନାହିଁ । ପାକିସ୍ତାନର ମାନବାଧିକାର ଆୟୋଗ ଏବଂହିନ୍ଦୁ ସାମୁଦିୟକ ପକ୍ଷରୁ ବହୁତ ଉଦ୍ୟମ ପରେ ୨୦୧୬ରେ ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ସିଡିଏ ଜମି ଆବଣ୍ଟନ କରିଥିଲା ।