ରାୟଗଡ଼ା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡ ଠାରେ ଚାରୋଟି ବସ୍ ଛିଡ଼ା ହୋଇଥିବା ବେଳେ ଅଚାନକ ଗୋଟିଏ ବସରେ ନିଆଁ ଲାଗିଥିଲା। ଏହି ସମୟରେ ପାଖରେ ଛିଡ଼ା ହୋଇଥିବା ଅନ୍ୟ ତିନୋଟି ବସରେ ମଧ୍ୟ ନିଆଁ ବ୍ୟାପି ଯାଇ ବସଗୁଡ଼ିକ ହୁ..ହୁ..ହୋଇ ଜଳିଗଲା । ଏହି ଚାରୋଟି ବସ୍ କୁଆଡେ଼ ଗୋଟିଏ ମାଲିକର ବସ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା ଏବଂ ଏହି ବସ୍ ଗୁଡିକର ମାଲିକ କିଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।