<h3>ପୂର୍ବରୁ ହିଁ ମଣିଷ ଏବଂ ପଶୁପକ୍ଷୀ ମଧ୍ୟରେ ରହିଛି ଅତୁଟ ବନ୍ଧନ । ଅନେକ କାରଣରୁ ମନୁଷ୍ୟମାନେ ପଶୁପକ୍ଷୀଙ୍କୁ ଗୃହପାଳିତ ପଶୁ ଭାବେ ପାଳି ଆସିଛନ୍ତି । କୃଷିଠାରୁ ଆରମ୍ଭ କରି ଖାଦ୍ୟ ଗ୍ରହଣ ପର୍ଯ୍ୟନ୍ତ ଗୃହପାଳିତ ପଶୁମାନଙ୍କ ଉପରେ ହିଁ ମନୁଷ୍ୟ ନିର୍ଭର କରିଥାଏ । କିନ୍ତୁ ବନ୍ୟଜନ୍ତୁଙ୍କୁ ଗୃହପାଳିତ ପଶୁ ଭାବେ ରଖିବା ବିରଳ । ତେବେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବଣୁଆ ହରିଣଙ୍କ ଯୋଡିର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲା ପରେ ଲୋକେ ମଧ୍ୟ ଚକିତ ରହିଗଲେ । ଭିଡିଓଟିରେ ଜଣେ ମହିଳା ରାସ୍ତାରେ ବୁଲୁଥିବା ବଣୁଆ ହରିଣଙ୍କ ଏକ ଯୋଡିକୁ ଜାପାନିଜ ଶୈଳୀରେ ଅଭିବାଦନ କରୁଥିବାର ଦେଖିବାକୁ ମିଳିଥିଲା ଓ ମହିଳାଙ୍କ ଅଭିବାଦନର ପ୍ରତିବଦଳରେ ହରିଣ ଦ୍ୱୟ ମଧ୍ୟ ମୁଣ୍ଡ ନୁଆଁଇ ମହିଳାଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଭିଡିଓକୁ ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ କୁଣ୍ଢେମୋଟ ହୋଇଯିବ...ହୃଦୟରୁ ଆପଣଙ୍କୁ ଖୁସି ଅନୁଭୂତ ହେବ । ଏହାପରେ ମହିଳା ଜଣକ ହରିଣ ଦ୍ୱୟଙ୍କୁ ଖାଦ୍ୟ ଖୁଆଇ ସେଠାରୁ ହସି ହସି ବିଦାୟ ନେଇଥିଲେ ଏବଂ ତାଙ୍କ ଆଖ ପାଖରେ ଛିଡା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଏହି ଦୃଶ୍ୟକୁ ଦେଖୁଥିଲେ । ଏହାର ପ୍ରତିକି୍ରୟାରେ ସେ ସେହି ହରିଣ ଦ୍ୱୟଙ୍କୁ ପୁନର୍ବାର ଖାଦ୍ୟ ଖୁଆଇବାକୁ ସେଠାକୁ ଯିବେ ବୋଲି କହିଛିନ୍ତି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି ଏବଂ କମେଣ୍ଟ କରି ଜଣେ ୟୁଜର ଲେଖିଛନ୍ତି ଯେ, "ସମ୍ମାନ ଦିଅ, ସମ୍ମାନ ନିଅ' । ଆଉ ଜଣେ ୟୁଜର ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି, ହରିଣ ଦ୍ୱୟ ଏବେ ଏବେ ଅଭିବାଦନ କଲେ କି ?</h3> <h3></h3>