ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏଥର ସେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ନୁହେଁ, ବରଂ ତାଙ୍କ ରୋଜଗାରକୁ ନେଇ ଚର୍ଚ୍ଚାରେ ଅଛନ୍ତି | ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ସେ ବ୍ୟକ୍ତିଗତ ଭାବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ତାଙ୍କ ସହିତ ଫଟୋ ଉଠାଇବା କିମ୍ବା ଏକାଠି ଚା ପିଇବା ପାଇଁ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଖାଲି କରିବାକୁ ପଡିଥାଏ । ଡୋନାଲ୍ଡ ଟ୍ରମ୍ପଙ୍କ ସହ ଚା ପିଇବାକୁ ହେଲେ ଆପଣଙ୍କୁ 37 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଏଥି ସହିତ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇବାକୁ 22 ଲକ୍ଷ ଟଙ୍କା ଦେବାକୁ ପଡିଥାଏ| ଏହି ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଇଥାଏ | ଏହି କାର୍ଯ୍ୟକ୍ରମଗୁଡିକରେ ତାଙ୍କ ରିପବ୍ଲିକାନ୍ ପାର୍ଟି ସହିତକୌଣସି ସମ୍ପର୍କ ନାହିଁ | ସୂଚନାଯୋଗ୍ୟ ଯେ କଫି ଟେବୁଲ ବୁକ୍ରୁ ଟ୍ରମ୍ପ ଗତ ଏକ ବର୍ଷ ମଧ୍ୟରେ 506 କୋଟି ଟଙ୍କା ରୋଜଗାର କରିଛନ୍ତି।