କେନ୍ଦ୍ରାପଡା ଜିଲ୍ଲାରେ ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବାକୁ କେନ୍ଦ୍ରିୟ ପ୍ରତିନିଧି ଦଳ ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି । କେନ୍ଦ୍ରାପଡା ସର୍କିଟ ହାଉସରେ ଏହି ଦଳର ବରିଷ୍ଠ ଅଧିକାରୀମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରତିନିଧି ଦଳଙ୍କୁ ଜିଲ୍ଲାରେ କ୍ଷୟକ୍ଷତି ସମ୍ପର୍କରେ ଏକ ଫଟୋ ଆଲବମ୍ ପ୍ରଦାନ କରାଯାଇଛି । ଏହି ଟିମ୍ ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର, ମାର୍ଶାଘାଇ ଓ ରଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ତକରିବେ । ଗ୍ରସ୍ତ ଶେଷରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶାଶ୍ବତ ପ୍ରଧାନ, ମାନସ କୁମାର ସିହ୍ନା, ରାଜ୍ୟରୁ ହେମନ୍ତ କୁମାର ପଣ୍ଡା, ବ୍ରଜ କିଶୋର ଲେଙ୍କା ଅଛନ୍ତି । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା ଓ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଏହି ପ୍ରତିନିଧି ଦଳଙ୍କ ସହାୟତା କରିବାପାଇଁ ରହିଛନ୍ତି ।