ଚାଷ ପ୍ରତି ଚାଷୀଙ୍କର ଆଉ ଆଗ୍ରହ ନାହିଁ । ସେମାନଙ୍କ କହିବା କଥା ଚାଷରେ ଆଉ ଆଗ ଭଳି ଲାଭ ନାହିଁ । କିନ୍ତୁ ଆପଣ ଯଦି ପାରମ୍ପରିକ ଚାଷ ନକରି ବଜାର ଚାହିଦା ଅନୁସାରେ ଅନ୍ୟ କିଛି ଚାଷ କରନ୍ତି ତେବେ ଆପଣ ଆଶା କରୁଥିବା ରୋଜଗାରଠାରୁ ଆହୁରି ଅଧିକ ରୋଜଗାର କରିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଚାଷ ବିଷୟରେ କହୁଛୁ । ମାତ୍ର ୫୦ଟି ଗଛ ଲଗାଇ ଏହାର ପତ୍ରରୁ ଆପଣ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏ ଚାଷର ସବୁଠାରୁ ବଡ଼ ଲାଭ ହେଲା ଏଥିରେ ଆପଣଙ୍କୁ କେବଳ ଗୋଟିଏ ଥର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, କିନ୍ତୁ ଜୀବନ ସାରା ଏଥିରୁ ରୋଜଗାର ମିଳିପାରିବ । ଏହି ଚାଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ମଧ୍ୟ ମିଳୁଛି । ଆମେ ଆପଣଙ୍କୁ ତେଜପତ୍ର ଚାଷ ବିଷୟରେ କହୁଛୁ । ଏହି ଚାଷ ପାଇଁ ଆରମ୍ଭରୁ ଟିକେ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଗଛ ବଡ଼ ହୋଇଗଲା ପରେ ଆଉ କିଛି ଝିନଝଟ ନାହିଁ ।
ବଜାରରେ ତେଜପତ୍ରର ବହୁତ ଚାହିଦା ରହିଛି । ତେଣୁ ଏହାକୁ ଚାଷ କଲେ ବହୁତ ଲାଭବାନ ହୋଇପାରିବେ । ଏହି ଚାଷ ବହୁତ ସହଜ, ଏବଂ କମ୍ ଖର୍ଚ୍ଚରେ ହୋଇଥାଏ । ସହଜରେ କହିବାକୁ କମ୍ ପରିଶ୍ରମ ଓ ଖର୍ଚ୍ଚରେ ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ । ତେଜପତ୍ର ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଚାଷୀଙ୍କୁ ରାଷ୍ଟ୍ରୀୟ ଔଷଧୀୟ ବୋର୍ଡ ପକ୍ଷରୁ ୩୦% ସବ୍ସିଡି ଦିଆଯାଉଛି । ଗୋଟିଏ ତେଜପତ୍ର ଗଛରୁ ପ୍ରତିବର୍ଷ ପାଖାପାଖି ୩ରୁ ୫ ହଜାର ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ସେହି ହିସାବରେ ୫୦ଟି ଗଛରୁ ପ୍ରତିବର୍ଷ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ହୋଇପାରିବ ।