ଅହରହ ଟାଙ୍ଗୀ ଓ ଚିଲିକା ତହସିଲ ଅଞ୍ଚଳରେ ଚାଲିଛି କୋଟି କୋଟି ଟଙ୍କାର ଚୋରା କଳା ମୁଗୁନି ପଥର କାରବାର । ଏ ନେଇ ବାରମ୍ବାର ସ୍ଥାନୀୟ ଜନସାଧାରଣ ବିରୋଧ କରୁଥିଲେ ବି ପ୍ରଶାସନ ଏହାର ଟେର ପାଉନଥିଲା ।ଗତକାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥି ଏବଂ ଟାଙ୍ଗୀ ଥାନା ଅଧିକାରୀ ବିଜୟ ମଲ୍ଲିକ ପୂର୍ବ ଯୋଜନା ମୁତାବକ ରାତିଅଧିଆ କଇଥପଲ୍ଲା କଳା ମୁଗୁନି ପଥର ଖଣିରେ ପୋଲିସ ବାହିନୀ ସହ ପହଞ୍ଚି ଅଚାନକ ଚଢ଼ାଉ କରିଥିଲେ ।ଯାହା ଫଳରେ ଘଟଣା ସ୍ଥଳରୁ ଛାତ୍ରଭଙ୍ଗ ଦେବାକୁ ଟାଙ୍ଗୀ ମାନେ ଉଦ୍ୟତ ହେବାବେଳେ ଘଟଣା ସ୍ଥଳରୁ ଗୋଟିଏ ପୋକଲେନ,ଦୁଇଟି କଂପ୍ରେସର କୁ ଜବତ କରିବା ସହ ଖଣି ଲୁଟରେ ସାମିଲ ଛଅ ଜଣ ଖଣି ଲୁଟେରାଙ୍କୁ ଗିରଫ କରି ଅଟକ ରଖିଛି ଟାଙ୍ଗୀ ଥାନା ପୋଲିସ। ତଦନ୍ତ ଦୃଷ୍ଟି ରୁ ପୋଲିସ ପକ୍ଷରୁ ଅଟକ ଖଣି ମାଫିଆ ମାନଙ୍କ ନାମ ପ୍ରକାଶ କରାଯାଇନଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥି। ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କର ଏପରି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ଖୁସି ଭରିଦେଇଛି।
#tangi #mining #NNSODIA