ଅଣ୍ଡା ବୋଝେଇ ପିକପ ଭ୍ୟାନ ଲୁଟ୍ ଘଟଣା । ଟାଙ୍ଗୀ ପୋଲିସ ଦ୍ୱାରା ପିକପ ଭ୍ୟାନ ସହ ଜଣେ ଗିରଫ। ରାଜପଥ ପାଲଟିଛି ଲୁଟେରାଙ୍କ ଆଡ୍ଡା ସ୍ଥଳି। କେତେବେଳେ ଗୋରୁ ଚୋରା ଚାଲାଣ ତ କେତେକ ବେଳେ ବନ୍ଧୁକ ମୁନରେ ଲୁଟ୍ ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଭୂଷଣ୍ଡପୁର ଉଗ୍ରତାରା ଛକ ନିକଟରୁ ଗତ ଜୁନ୍ ମାସ ୩ତାରିଖରେ ଏକ ଅଣ୍ଡା ବୋଝେଇ ପିକପ୍ ଭ୍ୟାନ ଲୁଟ୍ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା। ଖୋର୍ଦ୍ଧା ଆରକ୍ଷୀ ନିରିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓଙ୍କ ତତ୍ତ୍ୱାବଧାନରେ ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରିବା ସହିତ ପୂର୍ବରୁ ୩ଜଣ ଡ଼କାୟତଙ୍କୁ ଗିରଫ କରିଥିଲେ । ପରେ ବିଶେଷ ସୂତ୍ରରୁ ଟାଙ୍ଗୀ ଥାନା ପୋଲିସ ସୂଚନା ପାଇ ଜଟଣୀ ଥାନା ବେଣାପଞ୍ଜରୀ କବରସ୍ତାନ ଗାଁର ଅବଜାନ ଖାଁ(୨୧)କୁ ଗିରଫ କରିବା ସହ ତାପଙ୍ଗ ନିକଟ ଖଣି ଅଞ୍ଚଳରୁ ଡ଼କାୟତିରେ ବ୍ୟବହୃତ ଏକ ପିକପ୍ ଭ୍ୟାନ ଓଆର-୦୨-ବିଏନ୍-୦୯୫୪ନମ୍ବର ର ଜବତ କରିଥିବା ଟାଙ୍ଗୀ ଥାନା ଅଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।
#NNSODIA