ଜାତୀୟ ରାଜପଥ ରେ ଲିକେଜ୍ ହୋଇଛି ହାଇଡ୍ରୋକ୍ଲୋରିକ୍ ଏସିଡ୍ ଟ୍ୟାଙ୍କର । ନୟାଗଡ଼ ଜିଲ୍ଲାର ଚମ୍ପାଗଡ ଛକ ନିକଟରେ ହୋଇଛି ଏହି ଅଘଟଣ । ଉକ୍ତ ଟ୍ୟାଙ୍କର ରେ ୨୩ ହଜାର ଲିଟର ଏସିଡ୍ ଥିବା ଦମକଳ ବାହିନୀ ଜଣାଇଛି ।ଟାଙ୍ଗୀ ଦମକଳ ବାହିନୀ ପହଞ୍ଚି ପାଣି ବର୍ଷା ଜାରି ରଖିଥିଲେ ମଧ୍ୟ ଅଣାୟତ ଅବସ୍ଥାରେ ରହିଛି । ଗତକାଲି ରାତିରେ ଏହି ଟ୍ୟାଙ୍କର ଟି ଗଂଜାମ ଜିଲ୍ଲାର ଆଦତ୍ୟ ବିର୍ଲା ଗ୍ରାସିମ୍ ଇଣ୍ଡଷ୍ଟ୍ରି ରୁ ୨୩ ହଜାର ଲିଟର ଏସିଡ୍ ନେଇ କଲିକତା ଯାଉଥିଲା । ଯାନ୍ତ୍ରିକ ତୃଟି ଯୋଗୁଁ ଏହି ଏସିଡ୍ ଟ୍ୟାଙ୍କର ରୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଲିକେଜ୍ ହୋଇଥିଲା । ବିଳମ୍ବିତ ରାତ୍ର ଯୋଗୁଁ ଏହି ଏକ ନିଛାଟିଆ ରାସ୍ତାରେ ଏସିଡ୍ ଲିକେଜ୍ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଟାଙ୍ଗୀ ଓ ଖୋର୍ଦ୍ଧା ଦମକଳ ବାହିନୀ କଣ୍ଟ୍ରୋଲ କରିବା ମଧ୍ୟରେ ଏହି ଏଣ୍ଡଷ୍ଟ୍ରି ରୁ ଆଉ ଏକ ଖାଲି ଟ୍ୟାଙ୍କର ଏବଂ ଇଣ୍ଡଷ୍ଟ୍ରି ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଲିକେଜ୍ ଟ୍ୟାଙ୍କର ରୁ ଅନ୍ୟ ଟ୍ୟାଙ୍କର କୁ ଏସିଡ୍ ଟ୍ରାନ୍ସଫର କରି ଦେବାରୁ ସବୁ କିଛି କଣ୍ଟ୍ରୋଲ ହୋଇଥିଲା । ଏହାକୁ କଣ୍ଟ୍ରୋଲ କରିବା ପାଇଁ ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ସମସ୍ତେ ନାକେଦମ୍ ହୋଇଥିଲେ ।