ଦୀର୍ଘଦିନ ନୁହେଁ ଦୀର୍ଘବର୍ଷ ଧରି ଟାଙ୍ଗୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ଜୁଆଖେଳ ହେବା ଏବଂ ଏହି ଜୁଆ ଖେଳ ଯୋଗୁଁ ବିଭିନ୍ନ ସ୍ଥାନରେ ଅସାମାଜିକ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥିଲା।ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ପୋଲିସର ମୁଣ୍ଡବିନ୍ଧା ସାଜିଥିବା ବେଣୀ ପଥର ଜୁଆ ଆଡ୍ଡା ରେ ଚଢ଼ାଉ କରି ଚାରି ଜଣକୁ ଗିରଫ କରିବା ସହିତ ସତୁରି ହଜାର ଦୁଇଶହ ଚାଳିଶ ଟଙ୍କା ଜବତ କରିଛି ଟାଙ୍ଗୀ ପୋଲିସ।ଏଥିସହ ଜୁଆଖେଳ ରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ। ହଂସରାଡ଼ି ଗ୍ରାମର ପ୍ରଫୁଲ୍ଲ ରାଉତ ଏବଂ ସଞ୍ଜୟ ସାହୁ ହୋଇଥିବାବେଳେ ପାରିଓରଡ଼ ଗ୍ରାମର ଅର୍ଜୁନ ନାୟକ ସହିତ କନ୍ଧନୟାଗଡ଼ ଗ୍ରାମର ସଞ୍ଜୟ ସାହୁ ଙ୍କୁ ଗିରଫ କରି ୨୦୦/୨୧ ରେ କେଶ୍ ରୁଜୁକରି କୋର୍ଟ ଚାଲାଣ କରିଛି।ଦୀର୍ଘଦିନ ଧରି ସୁନାମ ଅର୍ଜନ କରିଥିବା ଏବଂ ଚଣ୍ଡେଶ୍ଵର ନାଆଁ କୁ ମାନଚିତ୍ର ରେ ଖରାପ କରି ବେଣୀ ପଥର ଜୁଆ ଆଡ୍ଡା ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା।ଏପରିକି ଏହି ବେଣୀପଥର ଜୁଆ ଆଡ୍ଡା ରେ ସ୍ଥାନୀୟ ଅଞ୍ଚଳର କିଛି ରାଜନେତା ସାମିଲ ହେବା ସହ ଦୈନିକ ଲକ୍ଷାଧିକ ଟଙ୍କାର ଜୁଆଖେଳ ହେଉଥିଲା।ଏହି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପରେ ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ବାରମ୍ବାର ଚଢ଼ାଉ ଜାରି କରିଥିଲେ ବି ଧରିବାରେ ବିଫଳ ହେବା ପରେ ପୋଲିସ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଏହି ଜୁଆଆଡ୍ଡା ଚଢ଼ାଉ କରି ସଫଳ ହେବା ଏବଂ ଖୁବଶୀଘ୍ର ଆହୁରି ଅଧିକ ଜୁଆଡ଼ିଆ ଙ୍କୁ ଗିରଫ କରିବ ବୋଲି ଚେତାବନୀ ଦେଇଛି ଟାଙ୍ଗୀ ପୋଲିସ।ଏହି ପ୍ରସିଦ୍ଧ ଜୁଆ ଆଡ୍ଡା ରେ ଚଢ଼ାଉ ଫଳରେ ଟାଙ୍ଗୀ ପୋଲିସ ର କାର୍ଯ୍ୟଶୈଳୀ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।ସେହିଭଳି ଅନ୍ୟ ଏକ ଜୁଆ ଆଡ୍ଡା ମଙ୍ଗଳାଯୋଡି ରେ ଚଢ଼ାଉ କରି ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ।ଗିରଫ ଅଭିଯୁକ୍ତ ଜୁଆଡ଼ିଆ ମାନେ ହେଲେ ମଙ୍ଗଳାଯୋଡି ଗ୍ରାମର ପ୍ରଦୀପ କୁମାର ଜେନା,ସୁରେନ୍ଦ୍ର ବିଶ୍ୱାଳ,ଶୁଶାନ୍ତ ମଲ୍ଲିକ, ଚିତ ରଞ୍ଜନ ସାହୁଙ୍କୁ ଗିରଫ କରିଥିବା ବେଳେ ୨୦୧/୨୧ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ଦୁଇ ହଜାର ଟଙ୍କା, ଚାରିଗୋଟି ଗାଡି ଏବଂ ଜୁଆଖେଳ ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଛି ଟାଙ୍ଗୀ ପୋଲିସ।ଆଗକୁ ଏହି ଜୁଆଖେଳ ର କିଙ୍ଗପିନ୍ ମାନଙ୍କୁ ଖୁବଶୀଘ୍ର ଗିରଫ କରିବାକୁ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ।ଏହି ବେଣୀ ପଥର ଜୁଆ ଆଡ୍ଡା ରେ ଚଢ଼ାଉ କରି ଅଞ୍ଚଳବାସୀ ଙ୍କର ହୃଦୟ ଜିଣିଛନ୍ତି ପୋଲିସ ବିଭାଗ।ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇଥିବାରୁ ବୁଦ୍ଧିଯିବି ମହଲରେ ପ୍ରଶଂସା ର ପାତ୍ର ସାଜିଛି ପୋଲିସ ବିଭାଗ।