<h3>ଗତକାଲିଠାରୁ ଆରମ୍ଭ ହୋଇଯାଇଛି ଟି-୨୦ ୱାର୍ଲ୍ଡକପ ।ଏହାକୁ ନେଇ ସାରା ଭାରତବାସୀ ବେଶ ଉତ୍ସାହିତ ଥିବାବେଳେ ଟିମ ଇଣ୍ଡିଆର ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ଉପଖଣ୍ଡ ଡୁରା ଗ୍ରାମର ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡି ନିଜର ପେନସିଲ୍ କ୍ରାଭିଙ୍ଗ୍ ଆର୍ଟ ମାଧ୍ୟମରେ ଇଣ୍ଡିଆ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ପେନସିଲ୍ ମୁନରେ ଟି-୨୦ ୱାଲର୍ଡ କପ୍ ଟ୍ରଫିର ଏକ ସୂକ୍ଷ୍ମ କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଉଚ୍ଚତା ମାତ୍ର ୧.୫ ସେ.ମିରହିଛି । ସେ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟ ଏକ ସୂକ୍ଷ୍ମ କଳାକୃତି ତିଆରି କରିଛନ୍ତି। ୱାର୍ଲ୍ଡ କପରେ ଇଣ୍ଡିଆର ବିଜୟ କାମନା କରି ଏହି କଳାକୃତି ପ୍ରସ୍ତୁତ କରିଥିବା କହିଛନ୍ତି ବିଜୟ ।</h3>