୨୦୨୨ରେ ଆମକୁ ଏକ ବଡ ଭବିଷ୍ୟବାଣୀ ମିଳିଛି | ତାହା ପୁଣି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ | ୧୨ ବର୍ଷ ମୁଖ୍ୟମନ୍ତ୍ରୀ ଏବଂ ୭ ବର୍ଷ ପ୍ରଧାନମନ୍ତ୍ରୀ ଥିବା ମୋଦିଙ୍କ ଆଗାମୀ ସମୟ କିଭଳି ରହିବ ସେ ନେଇ ହୋଇଛି ଭବିଷ୍ୟବାଣୀ | ଯିଏ ଭବିଷ୍ୟବାଣୀ କରିଛନ୍ତି ତାଙ୍କ କଥା ଅବିଶ୍ୱାସ କରିବା ମଧ୍ୟ ଅସମ୍ଭବ | ତାଙ୍କର ପ୍ରତିଟି ଶବ୍ଦ ସତ୍ୟରେ ପରିଣତ ହୋଇଆସୁଛି | ଆଜି ଆମେ କହୁଛୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ଏବଂ ଅଯୋଧ୍ୟାର ଶନିଧାମ ପୀଠ ପୀଠେଶ୍ୱର ସ୍ୱାମୀ ହରି ଦୟାଲ ମିଶ୍ରଙ୍କ ବିଷୟରେ | ଯଦିଓ ସେ ଆଜି ଦୁନିଆରେ ନାହାନ୍ତି କିନ୍ତୁ ମୋଦିଙ୍କ ବିଷୟରେ ଦେଇଥିବା ଏକ ଭବିଷ୍ୟବାଣୀକୁ ଆଗାମୀ ଦିନ ସହିତ ଯୋଡି ଚର୍ଚା କରାଯାଉଛି | ୨୦୧୮ରେ ସ୍ୱାମୀ ହରି ଦୟାଲ ପଞ୍ଚଭୂତରେ ଲୀନ ହୋଇଥିଲେ | ଦୁନିୟା ଛାଡିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ସତ ହେବାର ସମୟ ଆସିଯାଇଛି | ସେ କହିଥିଲେ ୧୫ ବର୍ଷ ପର୍ଯନ୍ତ ଦେଶର କ୍ଷମତାର ଡୋର ମୋଦିଙ୍କ ହାତରେ ରହିବ | ୨୦୧୯ରେ ମୋଦି ସରକାର ବହୁମତ ହାସଲ କରି ବିଜୟ କରିବେ ବୋଲି ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ସତ ସାବ୍ୟସ୍ତ ହୋଇଛି | ସେ ଏହା ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ଗ୍ରହ ବହୁତ ଶକ୍ତିଶାଳୀ, ତେଣୁ ତାଙ୍କୁ ହରାଇବା କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ | ଆଗକୁ ନିର୍ବାଚନ ଥିବା ବେଳେ ସ୍ୱାମୀ ହରି ଦୟାଲଙ୍କ ଭବିଷ୍ୟବାଣୀକୁ ନେଇ ଚାଲିଛି ଜୋରଦାର ଚର୍ଚା |
ସ୍ୱାମୀ ହରି ଦୟାଲ ମିଶ୍ର ହେଉଛନ୍ତି ସେହି ଜ୍ୟୋତିର୍ବିଦ ଯିଏ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାମ ମନ୍ଦିରକୁ ନେଇ ଭବିଷ୍ୟବାଣୀ କରିଥିଲେ | ଯାହାକି ପରବର୍ତୀ ସମୟରେ ସମ୍ପୂର୍ଣ ସତ୍ୟରେ ପରିଣତ ହୋଇଥିଲା | ବିହାରର ସ୍ୱାମୀ ହରି ଦୟାଲ ମିଶ୍ର ୧୯୮୧ରେ ପ୍ରଥମେ ଅଯୋଧ୍ୟା ଆସିଥିଲେ, ପରେ ସେହିଠାରେ ରହିଯାଇଥିଲେ | ସିଏ ଯେବେ ବି ସବୁ ଭବିଷ୍ୟବାଣୀ କରିଛନ୍ତି ଅଧିକାଂଶ ସତରେ ପରିଣତ ହୋଇଛି | ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ଏବଂ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବିଷୟରେ ସେ ଆଗରୁ ଭବିଷ୍ୟବାଣୀ କରିଥିଲେ ଯାହା ସତରେ ପରିଣତ ହୋଇଥିଲା | ଏହି କାରଣରୁ ତାଙ୍କୁ ବହୁତ ଥର ସିବିଆଇର ସାମ୍ନା ମଧ୍ୟ କରିବାକୁ ପଡିଥିଲା | ସେହିଭଳି ରାମ ମନ୍ଦିର ଚାଲିଥିବା ମାମଲାର ଫଇସଲା କେବେ ହେବ ଏବଂ ଅଯୋଧ୍ୟାର ପବିତ୍ର ମାଟିରେ କେବେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ହେବ ସେ ସମ୍ପର୍କରେ ମଧ୍ୟ ହରି ଦୟାଲ ଭବିଷ୍ୟବାଣୀ କରିଥିଲେ | ସେ କହିଥିଲେ୨୦୧୮ରେ ରାମ ମନ୍ଦିର ନିର୍ମାଣ ନେଇ ଚାଲିଥିବା ବିବାଦର ସମାଧାନ ହେବ | ଏହା ପରଠାରୁ ଲୋକଙ୍କ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ବଢିବାରେ ଲାଗିଛି |