କେନ୍ଦ୍ରାପଡା ବ୍ଲକର କଂସାର ଗ୍ରାମପଞ୍ଚାୟତରୁ ସ୍ୱାଗତିକା ଜେନା କଂସାର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆଜି କଂସାର ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କର ମନୋନୟନପତ୍ର ଦାଖଲକରିଛନ୍ତି । ତାଙ୍କର ସ୍ୱାମୀ ପ୍ରଦ୍ୟୁମ୍ନ ଜେନା ଲଗାତର ଦୁଇଟି ଟର୍ମ କଂସାର ପଞ୍ଚାୟତର ସରପଞ୍ଚ ଳହିଆସିଛନ୍ତି । ଏଥର ନିର୍ବାଚନରେ ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ହେବାପରେ ପ୍ରଦ୍ୟୁମ୍ନ ତାଙ୍କର ପତ୍ନୀ ସ୍ୱାଗତିକାଙ୍କୁ ପୁଣି ପଞ୍ଚାତର ସେବାରେ ଲଗାଇବାକୁ ଉଦ୍ୟମ ଆରମ୍ଭକରିଛନ୍ତି । ତେବେ ସ୍ୱାଗତିକା ତାଙ୍କ ସ୍ବାମୀଙ୍କର ଅଧୁରା କାର୍ଯ୍ୟକୁ ପୁରଣ କରିବେ ବୋଲି ସୂଚନା ଦେଇଛନ୍ତି । ଆଜି ସ୍ୱାଗତିକା ସ୍ୱାମୀ ପ୍ରଦ୍ୟୁମ୍ନ ଓ ତାଙ୍କର ସମର୍ଥକ ଓ ପ୍ରସ୍ତାବକ ମାନଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ମନୋନୟନପତ୍ର ଦାଖଲକରି ଫେରିଯାଇଛନ୍ତି ।