ମନୁଷ୍ୟ ସୁସ୍ଥ ରହିବାକୁ ହେଲେ ପରିବେଶ ସଫା ରହିବା ନିହାତି ଦରକାର I ପରିବେଶ କୁ ସବୁଜ ସୁନ୍ଦର କରିବାକୁ ହେଲେ ପ୍ରଥମେ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବା ଆବଶ୍ୟକ, ଠିକ୍ ଏହି ଭଳି ଚିନ୍ତା ଧାରାକୁ ନେଇ ସାମାଜିକ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଜଟଣୀ ପୌରପରିଷଦ ପରିସରରେ ଏସ୍ ଏସ୍ ଜି ମହିଳା ଙ୍କୁ ନେଇ ଏକ ମେଗା ମୁରୁଜ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ ହୋଇଯାଇଛି I ଏହି ଝୋଟି ପ୍ରତିଯୋଗିତା ମାଧ୍ୟମରେ ସେମାନେ ସମାଜକୁ ସଚେତନତା କରିବା ସହ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି I ଏହି ପ୍ରତିଯୋଗିତାରେ ପ୍ରାୟ ୪୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ହୋଇଥିଲେ ମହାବୀର ଗ୍ରୁପ୍ ର ନିହାରିକା ମହାରଣା ଏବଂ ବେଷ୍ଟ ଦୁଇ ଜଣ ହେଲେ ପ୍ରିୟଙ୍କା ମହାନ୍ତି ଓ ମମତା ରାଣୀ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌର ଅଧିକାରୀ ଦିଲୀପ କୁମାର ମହାନ୍ତି ଯୋଗ ଦେଇ ଏସ୍ ଏସ୍ ଜି ସଭ୍ୟା ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ |