ଥେରାପି ସେଣ୍ଟର ରେ ୭ ବର୍ଷ ବାଳକର ସନ୍ଦେହ ଜନକ ମୃତ୍ୟୁ । ପୁରିଘାଟ ଥାନାରେ ପରିବାର ପକ୍ଷରୁ ଦିଆଗଲା ହତ୍ୟା ଅଭିଯୋଗ । ମାଣିକପୁର ଗ୍ରାମର ଶ୍ରୀନିବାସ ସ୍ୱାଇଁଙ୍କ ୭ବର୍ଷର ଶିଶୁପୁତ୍ର ଶ୍ରୀରଞ୍ଜନ ସ୍ୱାଇଁ । ଗତ କିଛିଦିନ ଧରି ଦେଖାଦେଇଥିଲା ସ୍ୱାସ୍ଥ୍ୟଗତ ସମସ୍ୟା । ତେଣୁ ପୁଅକୁ ନେଇ ଶ୍ରୀନିବାସ ସ୍ବାଇଁ କଟକ ପୁରିଘାଟ ସ୍ଥିତ ଏକ ଥେରାପି ସେଣ୍ଟର କୁ ଚିକିତ୍ସା ପାଇଁ ଆଣିଥିଲେ । କିନ୍ତୁ ଚିକିତ୍ସା ପାଇଁ ଭର୍ତ୍ତି କରାଯିବାର ଦ୍ଵିତୀୟ ଦିନରରେ ଥେରାପି ନେବା ସମୟ ରେ ହଠାତ ବେହୋଶ ହୋଇଯାଇଥିଲେ ଶ୍ରୀରଞ୍ଜନ । ସେଠାରୁ ତୁରନ୍ତ ଶିଶୁଟିର ମା ଶିଶୁଭବନକୁ ଚିକିତ୍ସାପାଇଁ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପୁଅ ର ବାପା ଶ୍ରୀନିବାସ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପୁରିଘାଟ ଥାନାରେ ଅଭିଯୋଗ କରିଥିଲେ । ତେବେ କଟକ ପୁରିଘାଟ ଥାନା ପୋଲିସ ନେମାଳ ପୋଲିସ ସହାୟତାରେ ମାଣିକପୁର ସ୍ଥିତ ଚିତ୍ରୋତ୍ପଳା ନଦୀପଠାରେ ପୋତାଯାଇଥିବା ଶବକୁ ଜବତ କରି ବ୍ୟବଛେଦ ପାଇଁ କଟକ ପଠାଇଛନ୍ତି ।ମୃତ ଶିଶୁର ପରିବାର ଏହାର ଉଚ୍ଚସ୍ତରୀୟ ଦାବି କରିଛନ୍ତି।
#Salepur #NNSODIA