<h2><strong>ସାରା ରାଜ୍ୟରେ ଛୋଟ ପିଲା ରାଜବୀରର ଜୀବନ ରକ୍ଷା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଘଠନା ,ସମାଜସେବୀ, ସହୃଦୟ ବ୍ୟକ୍ତିବିଶେଷ ତାଙ୍କର ସାହାଯ୍ୟ ଭିକ୍ଷା ଜାରି ରଖିଥିବା ବେଳେ ପାରଦ୍ୱୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଘଠନା ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ଶିଶୁ ରାଜବୀରର ଜୀବନ ରକ୍ଷା ନିମନ୍ତେ ଅର୍ଥ ସଂଗ୍ରହ କରିବାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛନ୍ତି | ସଂସ୍ଥାନର ସଦସ୍ୟ ସଦସ୍ୟା ମାନେ ମିଶି ପାରାଦ୍ୱୀପର ବିଭିନ୍ନ ସ୍ଥାନରୁ ବୁଲି ବୁଲି ଅର୍ଥ ସଂଗ୍ରହ କରିବାରେ ଲାଗି ପଡିଛନ୍ତି ଏବଂ ଶିଶୁ ରାଜବୀରର ଆରୋଗ୍ୟ କାମନା କରି ଗତ ଶନିବାର ସନ୍ଧ୍ୟା ସମୟରେ ପାରାଦ୍ୱୀପ ରେ ଥିବା ମା ସାରଳାଙ୍କ ମନ୍ଦିରରେ 108 ଦୀପ ଦାନ କରାଯାଇଛି | </strong></h2> https://youtu.be/yK3EZBD7q08 <h2><strong>ଖାଲି ପାରାଦ୍ୱୀପରେ ନୁହେଁ ଏପରି ସାରା ଦେଶରେ କିପରି ଅଧିକରୁ ଅଧିକ ଅର୍ଥରାଶି ସଂଗ୍ରହ କରିହେବ ଏବଂ ସବୁ ଲୋକେ ତାଙ୍କର ସାମର୍ଥ୍ୟ ଅନୁଯାୟୀ ଶିଶୁ ରାଜବୀର ପାଇଁ ସାହାଯ୍ୟର ହାତ ବଢ଼େଇ ପାରିବେ ତାହା ଆହ୍ୱାନ ଦେଇଛନ୍ତି | ଏଥି ପାଇଁ ସାମାଜିକ ଗଣମାଧ୍ୟମ ଓ ସମାଜସେବୀ ସ୍ୱେଚ୍ଛାସେବୀ ସଂଘଠନା ଆଗକୁ ଆସିବା ନିହାତି ଜରୁରୀ | ସେମାନଙ୍କ ଯୋଗଦାନ ରେ ନିରୀହ କୋମଳ ଶିଶୁଟିର ଜୀବନ ରକ୍ଷା କରିହେବ ବୋଲି ପ୍ରକାଶ କରିଛନ୍ତି | ପାରାଦ୍ୱୀପର ବିଭିନ୍ନ ସଂଘଠନ ତଥା ପାରାଦ୍ୱୀପ ଓ ଜଗନ୍ନାଥ ଟ୍ରକ ମାଲିକ ସଙ୍ଘ ସେମାନଙ୍କ ଗ୍ରୁପରେ ରାଜବୀର ପାଇଁ ସାହାଯ୍ୟ ଭିକ୍ଷା ଜାରି ରଖିଥିବା ବେଳେ ସଙ୍ଘର ସଦସ୍ୟ ଓ ବିଭିନ୍ନ ବର୍ଗର ଲୋକେ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି | ସୂଚନା ଏହିକି ଓଡିଶାର କନ୍ଧମାଳ ଜିଲ୍ଲାର ଦୁଇ ବର୍ଷର କୋମଳ ଶିଶୁ ରାଜବୀର ବିରଳ ମେରୁଦଣ୍ଡ ମାଂସପେଶୀ ରୋଗରେ ପୀଡିତ ହେଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ସେଥିପାଇଁ 16କୋଟିର ବିରାଟ ଅର୍ଥରାଶି ଦରକାର ଅଛି ଯାହାକି ତାଙ୍କ ପରିବାର ପାଇଁ ସାମର୍ଥ୍ୟ ନାହିଁ ଓ ସେଥିପାଇଁ ଶିଶୁର ମାବାପାଙ୍କ କରୁଣ ନିବେଦନ ଓ ଛୋଟ ଛୋଟ ଅର୍ଥରାଶିର ଭିକ୍ଷା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସାରା ରାଜ୍ୟ ନୁହେଁ ବରଂ ସାରା ଦେଶରୁ ତାଙ୍କ ପାଇଁ ସାହାଯ୍ୟ ଓ ଶୁଭେଚ୍ଛାର ସୁଅ ଛୁଟିଆସୁଛି | ସମସ୍ତଙ୍କ ଗୋଟିଏ ଆଶା କିପରି ଶିଶୁ ରାଜବୀର ଶୀଘ୍ର ସୁସ୍ଥ ହେଇଯାନ୍ତୁ ଓ ଏଥିପାଇଁ ସବୁ ଦେଶବାସୀଙ୍କ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ |</strong></h2>