ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଖରା ଏତେ ମାତ୍ରାରେ ହେଉଛି ଯେ, ସକାଳ ୮ଟା ପରେ ଘରୁ ବାହାରି ପାରୁନାହାନ୍ତି ଲୋକେ । ଅନ୍ୟପଟେ ପ୍ରଚଣ୍ଡ ଖରା କାରଣରୁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।ଚଳିତ ଗ୍ରୀଷ୍ମଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି, ଚଳିତ ଗ୍ରୀଷ୍ମ ଋତୁରେ ୧୫୧ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। ଜୁନ୍ ୪ ତାରିଖ ପର୍ୟ୍ୟନ୍ତ ୧୪୯ଟି ଅଭିଯୋଗ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୨ଟି ମାମଲା ଆସିଥିଲା। ଯାଞ୍ଚ ପରେ ୩୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ସେହିଭଳି ଜିଲ୍ଲାସ୍ତରେ ବାକି ୮୪ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି।