ବଲିଉଡ ଓ କ୍ରିକେଟ ସମ୍ପର୍କ ବହୁତ ପୁରୁଣା | ପୁଣି ଥରେ ଯୋଡି ହେବ ବଲିଉଡ ଓ କ୍ରିକେଟ। ବଲିଉଡରେ ବାଜିବ ଶାହାନାଇ। ଖୁବ୍ଶୀଘ୍ର ଜୀବନ ସାଥୀ ହେବେ କ୍ରିକେଟ ଷ୍ଟାର କେ.ଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ରାହୁଲଙ୍କ ଘରକୁ ବୋହୂ ହୋଇ ଯିବେ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ | ଡିସେମ୍ବରରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନିକଟରେ ଅହାନ ଶେଟ୍ଟୀଙ୍କ ପ୍ରଥମ ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଏକାଠି ନଜର ଆସିଥିଲେ। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ ହୋଇଯାଇଥିଲା।
ଶୁଣିବାକୁ ମିଳୁଛି ଯେ, ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀ ଝିଅର ବିବାହ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଥିଆଙ୍କ ବିବାହକୁ ନେଇ ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି ବାପା ସୁନୀଲ ଶେଟ୍ଟୀ । ଶେଟ୍ଟୀ ପରିବାରରେ ବହୁ ବର୍ଷ ପରେ ଏହା ପ୍ରଥମ ବିବାହ ହେବାକୁ ଯାଉଛି । ତେଣୁ ସବୁ ବାପାଙ୍କ ପରି ସେ ମଧ୍ୟ ତାଙ୍କ ଝିଅର ବିବାହ ଧୁମ୍ଧାମ୍ରେ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ଏମିତିକି ଆସନ୍ତା ଡିସେମ୍ବରରେ ହେବାକୁ ଥିବା ବିବାହ ପାଇଁ ସୁନୀଲ ଶେଟ୍ଟୀ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଆଥିଆ ଏବଂ ରାହୁଲଙ୍କ ବିବାହ ଏକ ଗ୍ରାଣ୍ଡ ୱେଣ୍ଡିଂ ହେବ । ଏହି ଦମ୍ପତିଙ୍କ ବିବାହ ଜୁହୁ ସ୍ଥିତି ଏକ ଫାଇଭ ଷ୍ଟାର ହୋଟେଲରେ ହେବ ବୋଲି କୁହାଯାଉଛି | ତେବେ ବିବାହ ଉତ୍ସବରେ ଇଣ୍ଡଷ୍ଟ୍ରିରେ ଅନେକ ଜଣାଶୁଣା ଚେହେରା ସାମିଲ ହେବେ। କେବଳ ବଲିଉଡ ନୁହେଁ କ୍ରିକେଟ ଜଗତର ଷ୍ଟାର୍ମାନେ ମଧ୍ୟ ସାମିଲ ହେବେ ବୋଲି ବଲିଉଡ ଲାଇଫ୍ ରିପୋର୍ଟ ପକ୍ଷରୁ ସୂଚନା ମିଳିଛି।