<h3>ଆଜିଠୁ ପଶ୍ଚିମ ଓଡିଶାରେ ବଢିବ ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡଏବଂ ନୂଆପଡାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି ।ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀଉପରେରହିବ ପାରଦ । ତେବେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ମିଳିବନି ନିସ୍ତାର ।ଗରମ ଗୁଳୁଗୁଳିରେ କଲବଲ ହେବେ ରାଜ୍ୟବାସୀ । ୩୫ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ରୁ ୭୦ ପ୍ରତିଶତ ରହିବ ଆର୍ଦ୍ରତା । ଏପଟେ ଆଜିଠାରୁ ଦକ୍ଷିଣ ଓଡିଶାରେ ତାଣ୍ଡବ ରଚିବ କାଳବୈଶାଖି ।ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଓ ଗଜପତିକୁ ସତର୍କତା ଜାରି କରାଯାଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଂଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ।ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।</h3> https://youtu.be/TwJp8DwkNz4