କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ତହସିଲଦାର । ଭାଇ ବାହାଘରରେ ବିନା ମାସ୍କରେ ଲୋକଙ୍କ ଭିଡ ଭିତରେ ନିଜେ ନାଚିବା ଓ ନାଚଗୀତରେ ମସଗୁଲ ହେବା ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କଲେ । ସୂଚନା ଅନୁଯାୟୀ ନିଜ ଭାଇ ବାହାଘରରେ କଟକଣାକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ବର୍ତମାନ କୋଭିଡ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ସରକାର ବିଭିନ୍ନ ନିୟମ ଲାଗୁକରିଛନ୍ତି l କିନ୍ତୁ ଖୋଲାଖୋଲି ଏହି ନିୟମକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା l ସୂଚନା ମୁତାବକ ଗତ ମେ 21ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତ୍ରିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡ୍ୟାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା l ମହାଶୟା ନିଜେ ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ ପୁଣି ନିଜେ ବିନା ମାସ୍କରେ ବରଯାତ୍ରୀଙ୍କ ସହ ଗାଁ ଦାଣ୍ଡରେ ନାଗୀନ ଡାନ୍ସ ନାଚିବା କେତେଦୂର ଯୁକ୍ତିଯୁକ୍ତ?